ଓଡ଼ିଶାଲାଇଭ୍ ବ୍ୟୁରୋ

ପାକିସ୍ତାନରେ ହେବନି ଏସିଆ କପ୍। ଏହା ବଦଳରେ ଏଥର ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯିବ। ଏନେଇ ଶୁକ୍ରବାର ସୂଚନା ଦେଇଛନ୍ତି ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି।

ଏଥର ଏସିଆ କପ୍ ଟୁର୍ଣ୍ଣାମେଣ୍ଟ ପାକିସ୍ତାନରେ ଆୟୋଜନ ହେବାର ଥିଲା। ତେବେ ସୁରକ୍ଷା ଦୃଷ୍ଟିରୁ ଟିମ୍ ଇଣ୍ଡିଆ ଏଥିରେ ଭାଗନେବାକୁ ରାଜି ହୋଇନଥିଲା। ଟିମ୍ ଇଣ୍ଡିଆ ଏଥିରେ ଅଂଶଗ୍ରହଣ ନକଲେ ଟୁର୍ଣ୍ଣାମେଣ୍ଟ ନିଜର ଚମକ ହରାଇବ ବୋଲି ଚର୍ଚ୍ଚା ହେଲା। ଏହାପରେ ଏହି ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯିବ ବୋଲି ନିଷ୍ପତ୍ତି ନିଆଯାଇଛି।

ଏଥିସହିତ ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ମଧ୍ୟ ଏହି ଟୁର୍ଣ୍ଣାମେଣ୍ଟରେ ଦେଖିବାକୁ ମିଳିବ। ସେପ୍ଟେମ୍ବର ମାସରେ ଏହି ଟୁର୍ଣ୍ଣାମେଣ୍ଟ ଖେଳାଯିବ। ଏଥିରେ ଏସିଆ ମହାଦେଶର ଛଅଟି ଦେଶ ଭାଗନେବେ।

Comment