ଓଡ଼ିଶାଲାଇଭ୍ ବ୍ୟୁରୋ
ଯଦି ଆପଣଙ୍କର ବ୍ୟାଙ୍କ ସହ ଜଡ଼ିତ କିଛି ଗୁରୁତ୍ୱପୂର୍ଣ୍ଣ କାମ ବାକି ରହିଛି କି? ଯଦି ହଁ ତେବେ ଏହି ତୁରନ୍ତ ସାରି ଦିଅନ୍ତୁ। କାରଣ ଆସନ୍ତା ମାର୍ଚ୍ଚରେ ଲଗାତାର ୮ ଦିନ ବ୍ୟାଙ୍କ କାରବାର ବନ୍ଦ ରହିପାରେ।
ମାର୍ଚ୍ଚ ୮ ତାରିଖରେ ରବିବାର ପଡୁଥିବାରୁ ସେଦିନ ବ୍ୟାଙ୍କ ବନ୍ଦ ରହିବ। ୯ ଓ ୧୦ରେ ଦୋଳ ପୂର୍ଣ୍ଣିମା ଓ ହୋଲି ପାଇଁ ସରକାରୀ ଛୁଟି ଥିବାରୁ ସେହି ଦୁଇ ଦିନ ବ୍ୟାଙ୍କ ବନ୍ଦ ରହିବ।
ସେହିପରି ୧୧ରୁ ବ୍ୟାଙ୍କ କର୍ମଚାରୀ ୩ ଦିନିଆ ଧର୍ମଘଟ ଡାକରା ଦେଇଛନ୍ତି। ମାର୍ଚ୍ଚ ୧୪ରେ ଦ୍ୱିତୀୟ ଶନିବାର ୧୫ରେ ରବିବାର ପଡ଼ୁଥିବାରୁ ବ୍ୟାଙ୍କ ବନ୍ଦ ରହିବ। ଏଭଳି ଲଗାତାର ୮ ଦିନ ବ୍ୟାଙ୍କ କାର୍ଯ୍ୟ ବନ୍ଦ ରହୁଥିବାରୁ ଲୋକେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି।