ଓଡିଶାଲାଇଭ୍ ବ୍ୟୁରୋ

ଦେଶରେ ବ୍ୟାଙ୍କ କାରବାର ଆସନ୍ତା ମାସରେ ସାଙ୍ଘାତିକ ଭାବେ ବ୍ୟାହତ ହେବ। ଅଗଷ୍ଟ ମାସରେ ବ୍ୟାଙ୍କଗୁଡ଼ିକ ଦିନେ ନୁହେଁ କି ଦି ଦିନ ନୁହେଁ, ତେର ଦିନ ବନ୍ଦ ରହିବ। ଏଥିରେ ଅବଶ୍ୟ ଶନିବାର ଓ ରବିବାର ମଧ୍ୟ ମିଶିଛି।

ବ୍ୟାଙ୍କ ଛୁଟି ବକ୍ରୀ ଇଦ୍‌ରୁ ଆରମ୍ଭ ହୋଇ ଓନାମ୍‌ରେ ଶେଷ ହେବ। ରିଜର୍ଭ ବ୍ୟାଙ୍କ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତି ଅନୁଯାୟୀ, ବକ୍ରୀ ଇଦ୍ ପାଇଁ ଅଗଷ୍ଟ ପହିଲାରେ ବ୍ୟାଙ୍କ ବନ୍ଦ ରହିବ। ତା’ ପରବର୍ତ୍ତୀ ଦୁଇ ଦିନ ଶନିବାର ଓ ରବିବାର। ୩ ତାରିଖରେ ରକ୍ଷା ବନ୍ଧନ ପଡୁଥିବା ହେତୁ ସେଦିନ ମଧ୍ୟ ବ୍ୟାଙ୍କ କାରବାର ବନ୍ଦ ରହିବ। ଅଗଷ୍ଟ ୮ ତାରିଖ ହେଉଛି ଦ୍ଵିତୀୟ ଶନିବାର ଓ ତା’ ପର ଦିନ ରବିବାର।

ପଛକୁ ପଛ ୧୧ ତାରିଖରେ କୃଷ୍ଣ ଜନ୍ମାଷ୍ଟମୀ। ତା’ର ଚାରିଦିନ ପରେ ସ୍ୱାଧୀନତା ଦିବସ ପଡ଼ୁଥିବାରୁ ବ୍ୟାଙ୍କ କାମ କରିବ ନାହିଁ। ଅଗଷ୍ଟ ୧୬ ତାରିଖ ହେଉଛି ରବିବାର। ଅଗଷ୍ଟ ୨୧ ତାରିଖରେ ତୀଜ୍ ପାଇଁ ବ୍ୟାଙ୍କ ଛୁଟି ହୋଇଥିବା ବେଳେ ୨୨ ତାରିଖ ହେଉଛି ଶେଷ ଶନିବାର। ଏହି ଦିନ ଗଣେଶ ଚତୁର୍ଥୀ ବି ପଡ଼ୁଛି।ଅଗଷ୍ଟ ୨୩ ରବିବାର ପାଇଁ ବ୍ୟାଙ୍କ ବନ୍ଦ ରହିବ। ତେବେ ୩୦ ତାରିଖରେ ମହରମ୍ ପାଇଁ ଛୁଟି ଘୋଷଣା କରାଯାଇଛି ଯଦିଓ ଏହା ରବିବାର ଦିନ ପଡ଼ୁଛି। ମାସର ଶେଷ ଦିନ ଅର୍ଥାତ୍ ୩୧ ତାରିଖରେ ଓନାମ୍ ପଡ଼ୁଥିବାରୁ ସେହି ଦିନ ମଧ୍ୟ ବ୍ୟାଙ୍କ କାରବାର ବନ୍ଦ ରହିବ।

Comment