ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟରେ ଫେଲ୍ ମାରିଛି ଟିମ୍ ଇଣ୍ଡିଆ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଭାରତୀୟ ଦଳ ଉପରେ ପ୍ରାଧାନ୍ୟ ବିସ୍ତାର କରିଛି କିୱି ଦଳ।

ଶନିବାର ନ୍ୟୁଜିଲାଣ୍ଡ ଅଧିନାୟକ ୱିଲିମସନ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଭାରତୀୟ ଦଳ ବ୍ୟାଟିଂ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା। ଓପନିଂ ଯୋଡ଼ି ଭଲ ଆରମ୍ଭ କରିଥିଲେ ମଧ୍ୟ ଏହାକୁ ବଡ଼ ସ୍କୋରରେ ପରିଣତ କରିପାରିନଥିଲେ। ଦଳ ୨୦୦ରନ ଡେଇଁବା ପୂର୍ବରୁ ନିଜର ୫ ୱିକେଟ୍ ହରାଇସାରିଥିଲା। ଏହାପର ଦଳ ନିୟମିତ ୱିକେଟ୍ ହରାଇ ମାତ୍ର ୨୪୨ରନର ଅଲଆଉଟ୍ ହୋଇଯାଇଥିଲା।

ନ୍ୟୁଜିଲାଣ୍ଡ ପକ୍ଷରୁ ଦ୍ରୁତ ବୋଲର ଜାମିଏସନ୍ ୫ ୱିକେଟ୍ ସଫଳତା ହାସଲ କରିଥିଲେ। ସେହିପରି ସାଉଦି ଓ ବୋଲ୍ଟ ପ୍ରତ୍ୟେକ ୨ଟି ଲେଖାଁଏ ସଫଳତା ପାଇଥିଲେ। ଅନ୍ୟପଟେ ପ୍ରଥମ ଇଂନିସ ବ୍ୟାଟିଂ ପରେ ମଧ୍ୟ ବୋଲିଂରେ ବି ଫେଲ୍ ମାରିଛି ଟିମ୍ ଇଣ୍ଡିଆ। ନ୍ୟୁଜିଲାଣ୍ଡ ପ୍ରଥମ ଦିନରେ ୬୩ରନ୍ କରିଥିଲେ ମଧ୍ୟ ଭାରତୀୟ ବୋଲର ଗୋଟିଏ ବି ସଫଳତା ହାସଲ କରିପାରିନଥାନ୍ତି।

Comment