ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦିଲ୍ଲୀରେ ଭୟଙ୍କର ହିଂସା ପରେ ଏବେ ଧୀରେ ଧୀରେ ସ୍ଥିତିରେ ସୁଧାର ଆସୁଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ପାଇଁ ଲୋକେ ଘରୁ ବାହାରି ବଜାର ଯାଉଛନ୍ତି। ଦିଲ୍ଲୀରେ ଗାଡ଼ି ଚଳାଚଳ ମଧ୍ୟ ସ୍ୱାଭାବିକ ରହିଛି।

ଦିଲ୍ଲୀର କିଛି ଅଞ୍ଚଳରେ ଉତ୍ତେଜନାକୁ ଦୃଷ୍ଟିରେ ରଖି ୧୪୪ ଧାରା ବଳବତ୍ତର ରଖାଯାଇଛି। ଦିଲ୍ଲୀ ପୋଲିସ ସମ୍ବେଦନଶୀଳ ଅଞ୍ଚଳକୁ ଜଗି ରହିଛନ୍ତି। ଲୋକଙ୍କ ସହ ଆଲୋଚନା କରୁଛି। ଲୋକଙ୍କୁ ନ ଡରିବା ପାଇଁ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି।

ଶୁକ୍ରବାରଠୁ ଦିଲ୍ଲୀରେ ସ୍ଥିତି ଶାନ୍ତ ରହିଛି। ଦୋକାନ ବଜାର ମଧ୍ୟ ଖୋଲାଯାଇଛି। ଏଥସହିତ କୌଣସି ଅପ୍ରୀତିକର ଘଟଣା ମଧ୍ୟ ସାମ୍ନାକୁ ଆସିନାହିଁ।

ଗତ ସୋମବାରୁ ଦିଲ୍ଲୀରେ ସିଏଏକୁ ବିରୋଧ କରି ଭୟଙ୍କର ହିଂସାକାଣ୍ଡ ହୋଇଥିଲା। ଏଥିରେ ୪୧ ଜଣଙ୍କ ମୃତ୍ୟୁ ହୋଇଥିଲା ବେଳେ ଏବେ ମଧ୍ୟ ଅନେକ ମେଡିକାଲରେ ଚିକିତ୍ସିତ ହେଉଛନ୍ତି। ମୃତକ ଓ ପୀଡ଼ିତଙ୍କ ପରିବାରକୁ ଦିଲ୍ଲୀ ସରକାର ଆର୍ଥିକ ସହାୟତା ମଧ୍ୟ ଘୋଷଣା କରିଛନ୍ତି। ଏହି ଘଟଣା ସାରାଦେଶରେ ଚର୍ଚ୍ଚା ସୃଷ୍ଟି କରିଛି।

Comment