ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ରାୟଗଡ଼ା ଜିଲ୍ଲା ଜେକେ କାଗଜ କଳ ପକ୍ଷରୁ ପୁରୁଣା ସିଏଫଓ କାର୍ଯ୍ୟାଳୟରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି।

ବରିଷ୍ଠ ସାମ୍ବାଦିକ ନୃସିଂହ ନାଥ ପାଢ଼ି ସୋମବାର ଏହି ଶିବିରକୁ ଉଦଘାଟନ୍ କରିଥିଲେ। ଏଥିରେ ଜିଲ୍ଲାର ଅନେକ କାର୍ଯ୍ୟରତ ସାମ୍ବାଦିକ ଓ ତାଙ୍କ ପରିବାର ଲୋକମାନେ ନିଜର ସ୍ୱାସ୍ଥ୍ୟ ପରୀକ୍ଷା କରାଇଛନ୍ତି।ବିଶାଖପାଟଣା କିମସ୍ ଆଇକନ୍ ହସ୍ପିଟାଲର ବିଶେଷଜ୍ଞ ଡାକ୍ତର ନାଗରାଜୁ, ଡାକ୍ତର ରାଜୁ ବାବୁ, ନ୍ୟୁରୋଲଜିଷ୍ଟ ଡାକ୍ତର କିରଣ ବୁଦ୍ଧିରାଜ, ମେଡିସିନ୍ ବିଶେଷଜ୍ଞ ଏସ୍ ପ୍ରକାଶ ଗୁପ୍ତା, କାଡିଓଲଜିଷ୍ଟ ଡାକ୍ତର ରାମା ରାଜୁ ପ୍ରମୁଖ ଯୋଗଦେଇଥିଲେ।

ତାଙ୍କ ସହିତ କାଗଜ କଳର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଅଧିକାରୀ ସୁନୀଲ କୁମାର ନାଥ, ହରିହର ଖମାରି ଓ ମିଲନ ଲେଙ୍କା ପ୍ରମୁଖ ଉପସ୍ଥିତ ରହିଥିଲେ। ଏହି ଶିବିରରେ ପ୍ରାୟ ୭୦ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ସୂଚନା ମିଳିଛି।

Comment