ଓଡ଼ିଶାଲାଇଭ୍ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ) : କାଠ ବୋଝେଇ ଟ୍ରକକୁ ଫାଇନ୍ ହେଲା ଲକ୍ଷେ ଦଶ ହଜାର ଟଙ୍କା। ରାୟଗଡ଼ା ଜିଲ୍ଲାରେ ରବିବାର ଏଭଳି ଏକ ଘଟଣା ଦେଖିବାକୁ ମିଳିଛି।

ରବିବାରଠାରୁ ସାରା ରାଜ୍ୟରେ ଟ୍ରାଫିକ୍ ଧରପଗଡ଼ ଜୋରଦାର ହୋଇଛି। ଏହିକ୍ରମରେ ଆଜି ଆନ୍ଧ୍ରପ୍ରଦେଶର ବିଜୟନଗରରୁ ରାୟଗଡ଼ା ଆସୁଥିବା ଏକ ଟ୍ରକକୁ ରାୟଗଡ଼ା ଜିଲ୍ଲା ପରିବହନ ବିଭାଗ ଫାଇନ୍ କରିଛି। ଟ୍ରକ ପାଖରେ ରୋଡ୍ ପରମିଟ୍, ଓଡ଼ିଶାକୁ ଆସିବାକୁ ପରମିଟ୍ ନଥିବା ହେତୁ ଗାଡ଼ି ଚାଳକକୁ ଲକ୍ଷେ ଦଶ ହଜାର ଟଙ୍କାର ଜରିମାନା କରାଯାଇଛି।

ଅନ୍ୟପଟେ ରାଜଧାନୀ ଭୁବନେଶ୍ୱରଠାରୁ ଆରମ୍ଭ କରି ସାରା ରାଜ୍ୟରେ ବିଭିନ୍ନ ଅଞ୍ଚଳରେ ଲୋକମାନେ ଟ୍ରାଫିକ୍ ନିୟମ ଉଲ୍ଲଘଂନ କରି ତଣ୍ଡ ଗଣୁଥିବା ଦେଖିବାକୁ ମିଳିଛି।

Comment