ଓଡ଼ିଶାଲାଇଭ୍‌ ବ୍ୟୁରୋ

ପ୍ରଥମ ଟେଷ୍ଟ ପରେ ଦ୍ୱିତୀୟ ଟେଷ୍ଟରେ ବି ହାରିଲା ଭାରତ। ଦ୍ୱିତୀୟ ଟେଷ୍ଟରେ ନ୍ୟୁଜିଲାଣ୍ଡଠାରୁ ୭ ୱିକେଟରେ ପରାସ୍ତ ହୋଇଛି ଭାରତ। ଫଳରେ ଏହି ଦୁଇ ଟିକିଆ ଟେଷ୍ଟ ସିରିଜରେ ନ୍ୟୁଜିଲାଣ୍ଡ ୨-୦ରେ ଭାରତ ବିପକ୍ଷରେ କ୍ଲିନସୁଇପ କରିଛି।

ନ୍ୟୁଜିଲାଣ୍ଡର ଖ୍ରୀଷ୍ଟଚର୍ଚ୍ଚର ହେଗ୍ଲେ ଓଭାଲ ଷ୍ଟାଡିୟମରେ ଏହି ଦ୍ୱିତୀୟ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା। ଏଥିରେ ନ୍ୟୁଜିଲାଣ୍ଡ ଟସ୍‌ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରିବାକୁ ଆସିଥିବା ଭାରତୀୟ ଦଳ ଆକର୍ଷଣୀୟ ପ୍ରଦର୍ଶନ କରିପାରିନଥିଲା। ଏହି ମ୍ୟାଚରେ ପୃଥୀ ଶ’ ୫୪, ଚେତେଶ୍ଵର ପୂଜାରା ୫୪ ଓ ହନୁମା ବିହାରୀ ୫୫ ରନ୍‌ କରିଥିଲେ। ଫଳରେ ଦଳ ୨୪୨ ରନ୍‌ କରି ଅଲ ଆଉଟ ହୋଇଯାଇଥିଲା।

ପରେ ନ୍ୟୁଜିଲାଣ୍ଡ ପ୍ରଥମ ଇନିଂସ ଆରମ୍ଭ କରିଥିଲା। ନ୍ୟୁଜିଲାଣ୍ଡ ମଧ୍ୟ ଏତେ ଚମତ୍କାର ପ୍ରଦର୍ଶନ କରିପାରିନଥିଲା। ଫଳରେ ଦଳ ୨୩୫ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍‌ ଲାଥମ୍‌ ୫୨, ଟମ୍‌ ବ୍ଲୁନ୍ଦେଲ ୩୦, କାଇଲ ଜାମିସନ୍‌ ୪୯ ରନ୍‌ କରିଥିଲେ।

ସେହିପରି ଭାରତ ତା’ର ଦ୍ଵିତୀୟ ଇଂନିସ ଆରମ୍ଭ କରିଥିଲା, ହେଲେ ଏଥିରେ ମଧ୍ୟ ବିଫଳ ହୋଇଥିଲା। ମାତ୍ର ୧୨୪ ରନ୍‌ରେ ଦଳ ଅଲ ଆଉଟ ହୋଇଯାଇଥିଲା। ପରେ ନ୍ୟୁଜିଲାଣ୍ଡ ୩୬ ଓଭର ଖେଳି ଲକ୍ଷ୍ୟ ପୂରଣ କରିଥିଲା। ଫଳରେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ୭ ଓ୍ଵିକେଟରେ ଜିତି ନେଇଥିଲା।

Comment