ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟାନାୟକ): ଖେଳୁଥିଲା ବେଳେ ହାତରେ ଡିଟୋନେଟର ଫୁଟି ୩ ଛାତ୍ର ଗୁରୁତର। ଗଞ୍ଜାମ ଜିଲ୍ଲା ହିଞ୍ଜଳିକାଟୁ ଥାନା ଅନ୍ତର୍ଗତ ସୋମପୁର ଗାଁରେ ଏହି ଅଘଟଣ ଘଟିଛି। ଗୁରୁତର ପିଲାଙ୍କୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ହିଞ୍ଜଳିକାଟୁ ଓ ପରେ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତର ଛାତ୍ରମାନେ ପଞ୍ଚମ ଶ୍ରେଣୀରେ ପଢ଼ୁଥିବା ଜଣାପଡ଼ିଛି।

ଗ୍ରାମବାସୀଙ୍କ କହିବା ଅନୁସାରେ ପିଲାମାନେ ଡିଟୋନେଟର ହାତରେ ଧରି ଏକ ବ୍ୟାଟେରୀ ସହ ସଂଯୋଗ କରୁଥିବା ସମୟରେ ହଠାତ୍ ଭୟଙ୍କର ଶବ୍ଦ ହୋଇଥିଲା। ଲୋକେ ଘରୁ ବାହାରି ଦେଖିବା ସମୟରେ ତିନି ଜଣଙ୍କର ଗୁରୁତର ଅବସ୍ଥା ଥିଲା। ଗାଁରେ ଡିଟୋନେଟର କେଉଁଠୁ ଆସିଲା ଓ କିଏ ରଖିଥିଲା ପୋଲିସ ତା’ର ଅନୁସନ୍ଧାନ ଚଳାଇଛି।

Comment