ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଙ୍ଗୁଡ଼ି ଖାଇବାକୁ ସମସ୍ତେ ପସନ୍ଦ କରିଥା’ନ୍ତି। ତେବେ ଆସନ୍ତୁ ଜାଣିବା ଚିଙ୍ଗୁଡ଼ିର ଏକ ଚଟ୍‌ପଟା ଆଇଟମ୍‌ ଚିଙ୍ଗୁଡ଼ି ଚଟପଟା।

ମସଲା ପେଷ୍ଟ ପ୍ରସ୍ତୁତି: ଭିନେଗାର, ଶୁଖିଲା ଲଙ୍କା, ଜୀରା ଓ ରସୁଣକୁ ବାଟି ପେଷ୍ଟ ବନାଇବେ।

ପ୍ରଥମେ ଚିଙ୍ଗୁଡ଼ିରେ ପ୍ରସ୍ତୁତ ମସଲା ପେଷ୍ଟ ମିଶାଇବେ। ଏବେ ଏଥିରେ ଲୁଣ ହଳଦି, ଜୀରା ପାଉଡର ପକାଇ ଗୋଳାଇ ଦେବେ। ଏହାକୁ ଅଧ ଘଣ୍ଟା ଯାଏଁ ମ୍ୟାରିନେଟ୍‌ କରିଦେବେ।

ଏବେ ଗୋଟେ କଡ଼େଇକୁ ଗ୍ୟାସ୍‌ରେ ବସାନ୍ତୁ। ଏଥିରେ ଦୁଇ ଚାମଚ ସୋରିଷ ତେଲ ପକାଇବେ। ତେଲ ଗରମ ହୋଇଗଲେ ମ୍ୟାରିନେଟ୍‌ ଚିକେନ୍‌କୁ ଫ୍ରାଏ କରିବେ। ଫ୍ରାଏ ହେବା ବେଳେ ଏଥିରେ ଜୀରା ପାଉଡର ଚିମୁଟାଏ, ଧନିଆ ପାଉଡର ଚିମୁଟାଏ ମିଶାଇବେ। ଭଲ କରି ଫ୍ରାଏ ହୋଇଗଲେ ଏହାକୁ ଏକ ପ୍ଲେଟ୍‌ରେ ବାହାର କରିଦେବେ।

ଏବେ ପ୍ରସ୍ତୁତ ହୋଇଗଲା ଚିଙ୍ଗୁଡ଼ି ଚଟପଟା।

Comment