ଓଡ଼ିଶାଲାଇଭ୍‌ ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଭିଜିଲାନ୍ସ ଜାଲରେ ଧରା ପଡ଼ିଲେ ବ୍ରହ୍ମପୁର ଦକ୍ଷିଣାଞ୍ଚଳ ସର୍କଲ ପୂର୍ତ୍ତ ବିଭାଗ ସୁପରଟେଣ୍ଡିଙ୍ଗ ଇଂଜିନିୟର ବିନୋଦ କୁମାର ପାଢ଼ୀ। ତାଙ୍କୁ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଗିରଫ କରାଯାଇଛି। ତାଙ୍କୁ ଗିରଫ କରାଯାଇ ସ୍ପେସିଆଲ ଜଜଙ୍କ କୋର୍ଟରେ ହାଜର କରାଯାଇଥିଲା। ତାଙ୍କୁ ମାର୍ଚ୍ଚ ୧୮ ପର୍ଯ୍ୟନ୍ତ ଜେଲ ହାଜତରେ ରଖାଯିବ ବୋଲି ଭିଜିଲାନ୍ସ ଅତିରିକ୍ତ ଏସ୍‌ପି ଶାନ୍ତନୁ ପାଢ଼ୀ କହିଛନ୍ତି।

ଗତ ମାର୍ଚ୍ଚ ୩ ତାରିଖରୁ ବିନୋଦଙ୍କ ଘର ଓ ଅନ୍ୟ ସ୍ଥାନରେ ଭିଜିଲାନ୍ସ ବିଭାଗ ପକ୍ଷରୁ ଏକକାଳୀନ ଚଢ଼ାଉ ଚାଲିଥିଲା।

ବିନୋଦଙ୍କ ଆୟ ଜୁଲାଇ ୩, ୧୯୯୬ରୁ ମାର୍ଚ୍ଚ ୩, ୨୦୨୦ ମଧ୍ୟରେ ୩ କୋଟି ଟଙ୍କା ହେବାସ୍ଥଳେ ଆୟ ବହିର୍ଭୁତ ସମ୍ପତି କେମିତି  ଆସିଲା ବୋଲି ଭିଜିଲାନ୍ସ ବିଭାଗ ପ୍ରଶ୍ନ କରିଛି।

Comment