ଓଡ଼ିଶାଲାଇଭ୍ ବ୍ୟୁରୋ

(ଜୟପୁର): ଲାଞ୍ଚ ନେବା ଅଭିଯୋଗରେ ଗିରଫ ହୋଇଛନ୍ତି ଏଆରଆଇ ଅମିତ କୁମାର ବେହେରା। ଜମି ପଟ୍ଟା କରାଇଦେବାକୁ ଜୟପୁର ସହରର ପାରାବେଢ଼ା ଛକଠାରେ ଟଙ୍କା ନେଉଥିବାବେଳେ ସେଠାରେ ପୂର୍ବରୁ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିନେଇଥିଲେ।

ଭିଜିଲାନ୍ସ ବିଭାଗର ସୂଚନା ଅନୁଯାୟୀ ଜୟପୁର ବ୍ଲକ ଅନ୍ତର୍ଗତ ଟାଙ୍କୁଆ ପଞ୍ଚାୟତ ମହାଳିଆପୁଟ ଗ୍ରାମର ନନ୍ଦ ଖରାଙ୍କ ଜେଜେ ବାପାଙ୍କର ୧୬ ଏକର ଜମି କୋରାପୁଟ ତହସଲିର ହଳଦିପୁଟରେ ରହିଛି। ସେହି ଜମିର ପଟ୍ଟା କରାଇବା ପାଇଁ କୋରାପୁଟ ତହସଲରେ ଆବେଦ କରିଥିଲେ ନନ୍ଦ ଖରା। ଏହି ଜମିର ପଟ୍ଟା କରାଇଦେବା ପାଇଁ ଏଆରଆଇ ଅମିତ କୁମାର ବେହେରା ୨୦ ହଜାର ଟଙ୍କା ମାଗିଥିଲେ।

ନନ୍ଦ ଏଆରଆଇଙ୍କୁ ପୂର୍ବରୁ ୧୦ ହଜାର ଟଙ୍କା ଦେଇଥିବାବେଳେ ଶନିବାର ଦିନ ଆଉ ୬ ହଜାର ଟଙ୍କା ଦେବାର ଥିଲା। ଏ ସମ୍ପର୍କରେ ଭିଜିଲାନ୍ସ ବିଭାଗକୁ ଜଣାଇଥିଲେ ନନ୍ଦ। ପୂର୍ବ ଯୋଜନା ମୁତାବ ଆଜି ଟଙ୍କା ନେଇ ଅମିତ କୁମାରଙ୍କୁ ଦେବା ବେଳେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ ବିଭାଗ ତାଙ୍କୁ କାବୁ କରିଥିଲା। ଅଭିଯୁକ୍ତ ଏଆଇଆଇଙ୍କୁ ଗିରଫ କରାଯାଇ ତାଙ୍କୁ କୋର୍ଟ ଚାଲାଣ କରାଯାଇଛି।

Tags: #Vigilance #ARI #AmiyaKumarBehera #Arrest

Comment