ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତରେ ଧୀରେ ଧୀରେ ବଢ଼ୁଛି କୋରୋନା ଆକ୍ରାନ୍ତ ସଂଖ୍ୟ। ଶୁକ୍ରବାର ସୁଦ୍ଧା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ରେ ପହଞ୍ଚିଛି। ଏହା  ଭାରତ ସରକାରଙ୍କ ଚିନ୍ତା ବଢ଼ାଇଛି।

ଭାରତରେ କୋରୋନା କାୟା ବିସ୍ତାର କରୁଥିଲା ବେଳେ ସ୍ଥିତିକୁ ନିୟନ୍ତ୍ରଣ କରିବାକୁ ସରକାର ଯୋଜନା ଚଳାଇଛନ୍ତି। ଶୁକ୍ରବାରଠୁ ଦେଶର ସମସ୍ତ ବିମାନ ବନ୍ଦରରେ ଥର୍ମାଲ ସ୍କାନିଂ ଆରମ୍ଭ ହୋଇଛି। ବିଦେଶରୁ ଭାରତକୁ ଆସୁଥିବା ସମସ୍ତ ଯାତ୍ରୀଙ୍କ ବିମାନବନ୍ଦରରେ ସ୍କାନିଂ ହେବ। ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରେ ନିଜେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ହର୍ଷବର୍ଦ୍ଧନ ସ୍କାନିଂର ଯାଞ୍ଚ କରିଛନ୍ତି।

ସେହିପରି ଦେଶରୁ ୨୧ଟି ବିମାନ ବନ୍ଦରରେ ୩୦୦ ଡାକ୍ତରଙ୍କୁ ଲୋକଙ୍କ ଯାଞ୍ଚ ପାଇଁ ନିଯୁକ୍ତି କରାଯାଇଛି।

Comment