ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ରାଜ୍ୟସଭା ରେସ୍‌ରେ ପୁଣି ନିରାଶ ହେଲେ ପ୍ରସନ୍ନ ପାଟ୍ଟଶାଣୀ।

ନବୀନଙ୍କ ରାଜନୀତି ଗଣିତ ବୁଝିବା କାଠିକର ପାଠ। ସେ କେତେବେଳେ କ’ଣ କରନ୍ତି ତାହା ତାଙ୍କ ପାଖ ଲୋକ ବି ଠଉରେଇ ପାରନ୍ତି ନାହିଁ। ପ୍ରତି ଥର ରାଜ୍ୟସଭା ନିର୍ବାଚନ ଆସିଲେ କିଛି ନେତାଙ୍କ ନାଁ ଚର୍ଚ୍ଚା ହୁଏ। ହେଲେ ନବୀନ ନୂଆ ମୁହଁକୁ ପ୍ରାର୍ଥୀ କରନ୍ତି। ଏଥର ବି ନବୀନ ଠିକ୍‌ ସେମିତି କରିଛନ୍ତି।

ଗତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ବେଳେ ଟିକେଟ ପାଇ ନଥିବା ପ୍ରସନ୍ନ ପାଟ୍ଟଶାଣୀ ଏବଂ ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକଙ୍କୁ ରାଜ୍ୟସଭା ପଠାଇବା ପାଇଁ ନବୀନ ପ୍ରତିଶ୍ରୁତି ଦେଇଥିଲେ। ଗତ ଜୁନ୍‌ ମାସରେ ଏହି ଦୁଇ ନେତା ନିରାଶ ହେବା ପରେ ଏଥର ତାଙ୍କ ପଡ଼ିବ ବୋଲି ଆଶା ରଖିଥିଲେ। କିନ୍ତୁ ନବୀନ ଏହି ଦୁଇ ନେତାଙ୍କୁ ରାଜ୍ୟସଭା ଟିକେଟ ଦେଇ ନାହାନ୍ତି।

ରମେଶଙ୍କୁ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ କରି ତାଙ୍କ ମାନଭଞ୍ଜନ କରିଥିବା ବେଳେ ପାଟ୍ଟଶାଣୀ ନିରାଶ ହୋଇଛନ୍ତି। ପାଟ୍ଟଶାଣୀଙ୍କୁ କୌଣସି ପଦ ପଦବୀରେ ରଖି ନାହାନ୍ତି ନବୀନ।

ଗତ କିଛିଦିନ ତଳେ ରମେଶଙ୍କୁ ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ଦାୟିତ୍ୱ ଦିଆଯାଇଥିଲା। ଏନେଇ ଚର୍ଚ୍ଚା ହେଲା ଯେ, ରମେଶଙ୍କୁ ସଭାପତି ପଦ ମିଳିଥିବାରୁ ସେ ଆଉ ରାଜ୍ୟଯିବା ଯିବେନାହିଁ। ହେଲେ ନବୀନ ତାଙ୍କୁ ଜିଲ୍ଲା ସଭାପତି ସହ ନିର୍ମାଣ ଶ୍ରମିକ ବୋର୍ଡର ଅଧ୍ୟକ୍ଷ ପଦ ଦେଇଛନ୍ତି। ତାଙ୍କୁ କ୍ୟାବିନେଟ୍ ପାହ୍ୟା ମିଳିବ।

ପାଟ୍ଟଶାଣୀ କିଛିଦିନ ତଳେ ସଇତାନ ଏବଂ ଭଗବାନ ଉପାଖ୍ୟାନ କହି ସରକାରଙ୍କୁ ଅଡୁଆରେ ପକାଇଥିଲେ। ଏହି ବୟାନ ପାଇଁ ପାଟ୍ଟଶାଣୀଙ୍କୁ ରାଜ୍ୟସଭା ଟିକେଟ ମିଳି ନଥିବା କୁହାଯାଉଛି। ସେହିପରି ରମେଶ ଚ୍ୟାଉପଟ୍ଟନାୟକ ଆଜି ଯାଏଁ ଦଳ ବିରୋଧୀ ମନ୍ତବ୍ୟ ଦେଇ ନଥିବାରୁ ତାଙ୍କୁ ପୁରସ୍କୃତ କରାଯାଇଥିବା ଚର୍ଚ୍ଚା ହେଉଛି।

Comment