ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତୀୟ ମହିଳା ଟିମକୁ ମାତ୍ ଦେଇ ଆଇସିସି ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ ବାଜିମାତ୍ କରିଛି ଅଷ୍ଟ୍ରେଲିଆ ଦଳ। ଏଥିସହିତ ଦଳ ପଞ୍ଚମ ଥର ପାଇଁ ନିଜ ନାଁରେ ଟ୍ରଫି ଜିଣିଛି।

ରବିବାର ଫାଇନାଲ୍  ମୁକାବିଲାରେ ଟସ୍ ଜିତି ଅଷ୍ଟ୍ରେଲିଆ ଦଳ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ଏହାପରେ ଦଳ ସମସ୍ତ ଖେଳାଳିମାନେ ଚତ୍ମକାର ବ୍ୟାଟିଂ କରିଥିଲେ। ଲଗାତାର ଭାବରେ ଭାରତୀୟ ବୋଲରୁ ଟକ୍କର ଦେଇଥିଲେ ଅଷ୍ଟ୍ରେଲିଆ ଦଳ।ଦଳ ପକ୍ଷରୁ ଦୁଇ ଓପନର ୧୧୫ ରନର ଦମଦାର ପାର୍ଟନରସିପ୍ କରିବା ସହିତ ଦଳ ୨୦ ଓଭରରେ ୧୮୪ ରନ୍ କରିଥିଲା।

ଭାରତୀୟ ଦଳକୁ ବିଶ୍ୱକପ୍ ବାଜିମାତ୍ କରିବାକୁ ହେଲେ ୧୮୫  ରନ୍ ଆବଶ୍ୟକ ହେଉଥିଲା। ହେଲେ ଦଳ ଆରମ୍ଭରୁ ହିଁ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା। ଦଳର କୌଣସି  ଟପ୍ ଅର୍ଡର ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଫଳରେ ଦଳ ମାତ୍ର ୯୯ ରନରେ ଅଲଆଉଟ୍ ହୋଇଯାଇଥିଲା।ଏଥିସହିତ ଅଷ୍ଟ୍ରେଲିଆ ଦଳ ପୁଣିଥରେ ବିଶ୍ୱକପ୍ ଚାମ୍ପିୟନ୍ ହୋଇଛି। ଦଳର ଖେଳାଳିମାନେ ବେଶ୍ ଉତ୍ସାହିତ ଥିବାବେଳେ ଭାରତୀୟ ଖେଳାଳିଙ୍କ ମଧ୍ୟରେ ନିରାଶା ଛାଇ ଯାଇଛି।

Comment