ଓଡ଼ିଶାଲାଇଭ୍ ବ୍ୟୁରୋ
କେରଳରେ ଚିହ୍ନଟ ହୋଇଛନ୍ତି ଆଉ ୫ ଜଣ କୋରୋନା ଆକ୍ରାନ୍ତ। ଏଥିସହିତ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି। ଏନେଇ ରବିବାର କେରଳର ସ୍ୱାସ୍ଥ୍ୟମନ୍ତ୍ରୀ କେକେ ଶୈଳଜା ଗଣମାଧ୍ୟମକୁ ଉତ୍ତର ଦେଇଛନ୍ତି।
ସେ କହିଛନ୍ତି ଯେ, ରାଜ୍ୟରେ ଆଉ ୫ଜଣ କୋରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି। ସେମାନଙ୍କୁ ଏବେ ଚିକିତ୍ସା ପାଇଁ ଆଇସୋଲେସନ ୱାର୍ଡରେ ଭର୍ତ୍ତି କରାଯାଇଛି। ଏଥିସହିତ ସାରା ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୯କୁ ବୃଦ୍ଧି ପାଇଛି।
ଏହାପୂର୍ବରୁ ମଧ୍ୟ କେରଳରେ କିଛି କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଥିଲା।
ଏଥିସହିତ ସାରା ବିଶ୍ୱରେ ମଧ୍ୟ କୋରୋନା ମତ୍ୟୁ ସଂଖ୍ୟା ଏବେ ସାଢ଼େ ତିନି ହଜାର ଟପିଛି। ସେହିପରି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଏକ ଲକ୍ଷ ଟପିଛି। ବିଶ୍ୱର ଅନେକ ଦେଶକୁ ଏହି ଭାଇରସ ଏବେ ବ୍ୟାପିବାରେ ଲାଗିଛି।














