ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଆଜି ମହିଳା ଟି-୨୦ ବିଶ୍ଵକପ ଫାଇନାଲ ମ୍ୟାଚ ହୋଇଛି। ଏହି ମ୍ୟାଚରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରି ୧୮୫ ରନ୍‌ର ବିଶାଳ ସ୍କୋର କରିଛି। ଫଳରେ ଭାରତକୁ ଏହି ମ୍ୟାଚ ଜିତି ଟାଇଟଲ୍‌ ହାସଲ କରିବାକୁ ୧୮୫ ରନ୍‌ର ଟାର୍ଗେଟ ପୂରଣ କରିବାକୁ ହେବ।

ଏହି ମ୍ୟାଚରେ ଅଷ୍ଟ୍ରେଲିଆ ମହିଳା ଦଳ ପ୍ରଥମେ ଟସ୍‌ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ ଆଲିଶା ହିଲେ ଓ ବେଥ୍‌ ମୋନି ପାଳି ଆରମ୍ଭ କରିଥିଲେ। ଚମତ୍କାର ବ୍ୟାଟିଂ କରି ଉଭୟ ଦଳକୁ ବିଶାଳ ସ୍କୋର ନିକଟରେ ପହଞ୍ଚାଇଥିଲେ। ହିଲେ ୭୫ ଓ ମୋନି ଅପରାଜିତ ରହି ୭୮ ରନ୍‌ କରିଥିଲେ। ଫଳରେ ଦଳ ୨୦ ଓଭରରେ ୪ ଓ୍ଵିକେଟ ହରାଇ ୧୮୪ ରନ୍‌ କରିଥିଲା।

ଭାରତ ପକ୍ଷରୁ ଦୀପ୍ତି ଶର୍ମା ୨ଟି, ପୁନମ ଯାଦବ ଓ ରାଧା ଯାଦବ ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ। ବର୍ତ୍ତମାନ ଏହି ମ୍ୟାଚ ଜିତିବାକୁ ବ୍ୟାଟ୍ସମ୍ୟାନଙ୍କ ଉପରେ ନିର୍ଭର କରିବ ଭାରତ।

Comment