ଓଡ଼ିଶାଲାଇଭ୍ ବ୍ୟୁରୋ

ମାର୍ଚ୍ଚ ୮ ତାରିଖ ଅନ୍ତର୍ଜାତୀୟ ମହିଳା ଦିବସରେ ମୋ’ ବସରେ ମାଗଣା ଯାତ୍ରା କରିବେ ମହିଳା। ଏନେଇ କ୍ରୁଟର ଜେନେରାଲ୍ ମ୍ୟାନେଜର ଦିପ୍ତୀ ମହାପାତ୍ର ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ, ଆନ୍ତର୍ଜାତୀୟ ମହିଳା ଦିବସରେ ମହିଳାମାନେ ମୋ’ ବସରେ ମାଗଣାରେ ବସି ଯାତ୍ରା କରିପାରିବେ। ମୋ’ ବସରେ ଯିବା ପାଇଁ ସେମାନଙ୍କୁ ଆଜି କୌଣସି ଟଙ୍କା ଦେବାକୁ ପଡ଼ିବନି।

ଏଥିସହିତ ସେ କହିଛନ୍ତି ଯେ ଆରମ୍ଭରୁ ମୋ’ ବସରେ ମହିଳାମାନଙ୍କୁ ଅଗ୍ରାଧିକାର ଦିଆଯାଇଛି। ଏପରିକି ମୋ’ ବସରେ ଅନେକ ମହିଳା କର୍ମୀମାନଙ୍କୁ ନିଯୁକ୍ତ କରାଯାଇଛି। ଏହାଦ୍ୱାରା ମୋ’ ବସର ଶକ୍ତି ଓ ସାମର୍ଥ୍ୟ ବୃଦ୍ଧି ପାଇବ ବୋଲି ସେ କହିଛନ୍ତି।

ଟୁଇନ୍ ସିଟି ବାସୀଙ୍କୁ ଉତ୍ତମ ଗମନାଗମନ ସେବା ଯୋଗାଇବା ପାଇଁ ଏହି ମୋ’ ବସ ସେବା ଆରମ୍ଭ କରାଯାଇଛି। ଏଥିରେ ଲୋକମାନେ କମ୍ ଟଙ୍କାରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଯିବା ଆସିବା କରିପାରୁଛନ୍ତି।

Comment