ଓଡ଼ିଶାଲାଇଭ୍ ବ୍ୟୁରୋ

ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ମାମଲାରେ ଇଡି ସ୍କାନରରେ ଏସସିବି ମେଡିକାଲର ପୂର୍ବତନ ଦୁଇ ଡାକ୍ତର। ଏହି ଡାକ୍ତର ହେଲେ ହେମାଟୋଲୋଜି ବିଭାଗ ମୁଖ୍ୟ ଡାକ୍ତର ରବୀନ୍ଦ୍ର ଜେନା ଓ ସୁଧା ସେଠୀ। ୨୦୧୮ ମସିହାରେ ଅର୍ଥ ହେରଫେର ମାମଲାରେ ଦୁଇଜଣଙ୍କୁ ଭିଜିଲାନ୍ସ ଗିରଫ କରିଥିଲା। ଏବେ ଏହି ମାମଲାର ଯାଞ୍ଚ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।

ଏହି ଦୁଇ ଡାକ୍ତରଙ୍କ ନାମରେ କେତେ ଆୟ ବହିର୍ଭୂତ ସମ୍ପତି ରହିଛି? କେଉଁଠି ଓ କେବେ ସେ କେତେ ଟଙ୍କା କାରବାର କରିଛନ୍ତି ସେନେଇ ତଦନ୍ତ କରିବ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ।  ସୋମବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏହି ଦୁଇ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରିଛି।

ରବୀନ୍ଦ୍ର ଜେନା ଓ ସୁଧା ସେଠୀ ୨୦୧୮ ମସିହାରେ ରାଜ୍ୟ ସରକାରଙ୍କ ବିନା ଅନୁମତିରେ ବହୁ ରାଷ୍ଟ୍ରୀୟ ଔଷଧ କମ୍ପାନୀକୁ ଅହେତୁକ ଅନୁକମ୍ପା ଦେଖାଇଥିଲେ। ରାଜ୍ୟ ସରକାରଙ୍କ ଚିକିତ୍ସା ପାଣ୍ଠିର ଦୁରୁପଯୋଗ କରି ବିଦେଶ ବୁଲିଥିଲେ। ଏନେଇ ଭିଜିଲାନ୍ସ ହାତରେ ଧରା ପଡ଼ିବା ପରେ  ରାଜ୍ୟ ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶରେ ଏହି ଦୁଇ ଡାକ୍ତର ନିଲମ୍ବିତ ହୋଇଥିଲେ।

Comment