ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଓଡ଼ିଶାର ୪ଟି ରାଜ୍ୟସଭା ଆସନ ପାଇଁ ପ୍ରାର୍ଥିପତ୍ର ଦାଖଲ କଲେ ୪ ବିଜେଡି ପ୍ରାର୍ଥୀ। ଆଜି ବିଧାନସଭାରେ ରାଜ୍ୟସଭା ରିଟର୍ଣ୍ଣିଂ ଅଫିସରଙ୍କ ନିକଟରେ ବିଜେଡି ରାଜ୍ୟସଭା ପ୍ରାର୍ଥୀମାନେ ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ବିଜେଡି ରାଜ୍ୟସଭା ପ୍ରାର୍ଥୀ ସୁବାସ ସିଂହ, ମୁନ୍ନା ଖାଁ, ସୁଜିତ କୁମାର ଓ ମମତା ମହାନ୍ତ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ପ୍ରାର୍ଥିପତ୍ର ଭରିଛନ୍ତି।

ମାର୍ଚ୍ଚ ୭ ତାରିଖରେ ଓଡ଼ିଶା ୪ ରାଜ୍ୟସଭା ଆସନ ପାଇଁ ସୁବାସ ସିଂହ, ମୁନା ଖାଁ, ସୁଜିତ୍‌ କୁମାର ଏବଂ ମମତା ମହାନ୍ତଙ୍କ ନାମ ଘୋଷଣା କରିଥିଲା ବିଜେଡି।

ମାର୍ଚ୍ଚ ୨୬ ତାରିଖରେ ୧୭ଟି ରାଜ୍ୟର ୫୫ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ।

Comment