ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ଫେବ୍ରୁଆରି ୨୭ ତାରିଖରେ ହେବ ରାଜ୍ୟସଭା ନିର୍ବାଚନ। ଓଡ଼ିଶାର ଖାଲି ହେବାକୁ ଥିବା ୩ଟି ରାଜ୍ୟସଭା ଆସନ ପାଇଁ ଏହି ନିର୍ବାଚନ ହେବ। ଏ ନେଇ ସୋମବାର ଦିନ ଘୋଷଣା କରିଛନ୍ତି ନିର୍ବାଚନ କମିଶନ।

ଆସନ୍ତା ଏପ୍ରିଲ ୩ ତାରିଖରେ ଓଡ଼ିଶାର ୩ ଜଣ ରାଜ୍ୟସଭା ସାଂସଦ ଅମର ପଟ୍ଟନାୟକ, ପ୍ରଶାନ୍ତ ନନ୍ଦ ଏବଂ ଅଶ୍ଵିନୀ ବୈଷ୍ଣବଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି। ଖାଲି ହେବାକୁ ଥିବା ଏହି ୩ ଆସନ ଲାଗି ନିର୍ବାଚନ ହେବ।

ରାଜ୍ୟସଭା ନିର୍ବାଚନ ପାଇଁ ଆସନ୍ତା ଫେବ୍ରୁଆରି ୮ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇବ। ଫେବ୍ରୁଆରି ୧୫ ପ୍ରାର୍ଥିପତ୍ର ଦାଖଲର ଶେଷ ତାରିଖ ରହିଛି। ଫେବ୍ରୁଆରି ୧୬ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ଏବଂ ଫେବ୍ରୁଆରି ୨୦ ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର ପାଇଁ ତାରିଖ ରହିଛି। ଏହା ପରେ ଆସନ୍ତା ୨୭ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ପର୍ଯ୍ୟନ୍ତ ମତଦାନ ହେବ। ସେହିଦିନ ନିର୍ବାଚନର ଫଳାଫଳ ପ୍ରକାଶ ପାଇବ।

ବିଜେଡି ତରଫରୁ ଅମର ପଟ୍ଟନାୟକ ଓ ପ୍ରଶାସନ୍ତ ନନ୍ଦ ରାଜ୍ୟସଭାକୁ ଯାଇଥିବାବେଳେ ବିଜେପି ନେତା ଅଶ୍ଵିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରି ସମସ୍ତଙ୍କୁ ଚମକାଇ ଦେଇଥିଲେ ବିଜେଡି ସୁପ୍ରିମୋ। ସଂଖ୍ୟା ଦୃଷ୍ଟିରୁ ଏହି ୩ଟି ଆସନ ବିଜେଡି ପୂରଣ କରିବ। ତେବେ ଦଳର ସଭାପତି କାହାକୁ ପ୍ରାର୍ଥୀ କରିବେ ତା’ ଉପରେ ରହିଛି ସମସ୍ତଙ୍କର ନଜର।

Tags: #Politics #OdishaPolitics #Election #RajyasabhaElection #BJD #Odisha

Comment