ଓଡ଼ିଶାଲାଇଭ୍ ବ୍ୟୁରୋ

ବିଜେପିରେ ସାମିଲ ହେବାର କେଇ ଘଣ୍ଟା ମଧ୍ୟରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ମିଳିଛି ରାଜ୍ୟସଭା ପୁରସ୍କାର। ବୁଧବାର ଦଳ ରାଜ୍ୟସଭା ପାଇଁ ନାଁ ଘୋଷଣା କରିଥିବାବେଳେ, ଏଥିରେ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ସ୍ଥାନ ମିଳିଛି।

ଜ୍ୟୋତିରାଦିତ୍ୟ ମଙ୍ଗଳବାର କଂଗ୍ରେସର ଦଳ ଛାଡ଼ି ଆଜି ବିଜେପିରେ ସାମିଲ ହୋଇଛନ୍ତି। ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କଠାରୁ ସେ ଦଳର ପ୍ରାଥମିକ ସଦସ୍ୟତା ଗ୍ରହଣ କରିଛନ୍ତି। ଏହି ଘଟଣାର ତିନି ଘଣ୍ଟା ନପୂରୁଣୁ ଦଳ ତାଙ୍କୁ ରାଜ୍ୟସଭା ପାଇଁ ବାଛିଛି।

ଏଥିସହିତ ବିଜେପି ଆସାମ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, ମଣିପୁର, ମହାରାଷ୍ଟ୍ର ଓ ରାଜସ୍ଥାନର ରାଜ୍ୟସଭା ଆସନ ପାଇଁ ମଧ୍ୟ ନାଁ ଘୋଷଣା କରିଛି।

ଜ୍ୟୋତିରାଦିତ୍ୟ ସିନ୍ଧିଆ ମଙ୍ଗଳବାର କଂଗ୍ରେସରୁ ଇସ୍ତଫା ଦେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଓ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ସାକ୍ଷାତ କରିଥିଲେ। ଏହି ତିନି ନେତାଙ୍କ ମଧ୍ୟରେ ବେଶ୍ କିଛି ସମୟ ଧରି ରାଜନୈତିକ ଆଲୋଚନା ହୋଇଥିଲା। ଏହି ଆଲୋଚନାରେ ବିଜେପି ତାଙ୍କୁ ଦଳରେ ସାମିଲ କରିବା ସହିତ ରାଜ୍ୟସଭା ପଠାଇବାକୁ ପ୍ରତିଶ୍ରୁତି ଦେଇଥିଲା। ଏହା ପ୍ରତିବଦଳରେ ସେ ମଧ୍ୟପ୍ରଦେଶରେ ବିଜେପି ସରକାର ଗଠନ କରିବା ପାଇଁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ବୋଲି ସୂଚନା ମିଳିଛି।

ଜାଣନ୍ତୁ, କିଏ ଜ୍ୟୋତିରାଦିତ୍ୟ ସିନ୍ଧିଆ? 

Comment