ଓଡ଼ିଶାଲାଇଭ୍‌ ବ୍ୟୁରୋ

କୋରୋନା ଭାଇରସ୍‌ ପ୍ରଭାବ ଏବେ କ୍ରୀଡ଼ାରେ ମଧ୍ୟ ଦେଖିବାକୁ ମିଳିଛି। ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ଦ୍ଵିତୀୟ ଦିନିକିଆ ମ୍ୟାଚ ବିନା ଦର୍ଶକରେ ଖେଳାଯିବ। କୋରୋନା ଭାଇରସ୍‌ ଯୋଗୁଁ ମ୍ୟାଚ ସମୟରେ ଷ୍ଟାଡିୟମକୁ ଦର୍ଶକମାନଙ୍କୁ ନଛାଡ଼ିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ମ୍ୟାଚ ଉତ୍ତର ପ୍ରଦେଶରେ ଲକ୍ଷ୍ନୌରେ ଖେଳାଯିବ।

ଏନେଇ ଉତ୍ତରପ୍ରଦେଶ କ୍ରିକେଟ୍ ଆସୋସିଏସନର ସଚିବ ଯୁଧିଷ୍ଠିର ସିଂ କହିଛନ୍ତି ଯେ ଆମେ କ୍ରିକେଟ୍ କଣ୍ଟ୍ରୋଲ୍ ଅଫ୍ ଇଣ୍ଡିଆ(ବିସିସିଆଇ)ର ଅଧିକାରୀଙ୍କ ସହ କଥା ହୋଇଛୁ। ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ କ୍ରିକେଟ୍ ମ୍ୟାଚ୍ ଖାଲି ଷ୍ଟାଡିୟମରେ ଖେଳାଯିବା ନେଇ ନିଷ୍ପତ୍ତି ହୋଇଛି।

ରବିବାର ଦିନ ଲକ୍ଷ୍ନୌରେ ଆୟୋଜିତ ହେବାକୁ ଥିବା ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆ ଖାଲି ଷ୍ଟାଡିୟମରେ ଦର୍ଶକ ବିନା ଖେଳାଯିବ। ସାରା ଦେଶରେ କରୋନା ଜୀବାଣୁ ବୃଦ୍ଧି ପାଉଥିବା ବିପଦକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନିଆଯାଇଛି।

Comment