ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଭାଇରସ ମୁକାବିଲା କରିବା ପାଇଁ ବିଏମସି ସ୍କ୍ଵାଡ୍ ଗଠନ ହୋଇଛି। ରାଜଧାନୀ ଭୁବନେଶ୍ଵରର ୩ଟି ଜୋନ୍ ପାଇଁ ୩ଟି ଟିମ୍ ଗଠନ ହୋଇଛି। ଏନେଇ ବିଏମସି କମିଶନର ସୂଚନା ଦେଇଛନ୍ତି।

ଭୁବନେଶ୍ଵର ପୌରପାଳିକା ବରିଷ୍ଠ ଅଧିକାରୀ ଏହି ଟିମର ନେତୃତ୍ଵ ନେବେ। ୩ଟି ସ୍କ୍ଵାଡରେ ପୋଲିସ ଅଧିକାରୀଙ୍କ ସହ ଏନଫୋର୍ସମେଣ୍ଟ ଅଧିକାରୀ ରହିବେ। ମାସ୍କ ଓ ସାନିଟାଇଜର କିଭଳି ଉପଲବ୍ଧ ହେବ ସେନେଇ ତଦାରଖ କରିବ ଏହି ସ୍କ୍ଵାଡ୍। ଏହାସହ ମାସ୍କ ଓ ସାନିଟାଇଜର କଳା ବଜାରୀ ରୋକିବା ଦିଗରେ ମଧ୍ୟ ଏହି ସ୍କ୍ଵାଡ୍ କାର୍ଯ୍ୟ କରିବ। କୌଣସି ସ୍ଥାନରେ ଯେଭଳି ମାତ୍ରାଧିକ ଜନ ଗହଳି ନହେବେ ସେନେଇ ତଦାରଖ କରାଯିବ। ବାହାଘରରେ ଅଧିକ ଲୋକଙ୍କୁ ସାମିଲ କରିବା ନେଇ ବାରଣ କରାଯାଇଛି।

ସେହିଭଳି ବିଡିଏ, ବିଏମସି କର୍ମଚାରୀଙ୍କୁ ଅଫିସରେ ଛେପ ପକାଇବାକୁ ବାରଣ କରାଯାଇଛି। ଏହି ନିୟମ ନମାନିଲେ କର୍ମଚାରୀଙ୍କୁ ୫ଶହ ଟଙ୍କା ଫାଇନ ଦେବାକୁ ପଡ଼ିବ।

ସେପେଟ ସପିଂ ମଲ ବନ୍ଦ କରିବା ନେଇ କୌଣସି ନଷ୍ପତି ହୋଇନାହିଁ। ତେବେ ମଲକୁ ଗଲେ ଅନ୍ୟମାନଙ୍କଠାରୁ ୬ ଫୁଟ ଦୁରତାରେ ରହିବାକୁ ପରାମର୍ଶ ଦେଇଛନ୍ତି ବିଏମସି କମିଶନର।

କରୋନା ମୁକବିଲା ପାଇଁ ରାଜ୍ୟସରକାର ବିଭିନ୍ନ ସଚେତନମୂଳକ ପଦକ୍ଷେପ ନେଇଛନ୍ତି। ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ସ୍କୁଲ କଲେଜ ଛୁଟି ଘୋଷଣା କରାଯାଇଛି। କରୋନା ସନ୍ଦିଗ୍ଧଙ୍କ ପାଇଁ ଆଇସୋଲେସନ ଓ୍ଵାର୍ଡର ବ୍ୟବସ୍ଥା କରାଯାଇଛି।

Comment