ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଲେ ସୁବ୍ରତ ବାଗ୍‌ଚୀ।

କରୋନା ମୁକାବିଲା ଓ ସଚେତନତା ପାଇଁ ସଜାଗ ହୋଇ ଉଠିଛନ୍ତି ରାଜ୍ୟ ସରକାର। କରୋନାକୁ ରାଜ୍ୟ ବିପର୍ଯ୍ୟୟ ଘୋଷଣା କରାଯିବା ପରେ ଆଜି ରାଜ୍ୟ ସରକାର ସୂଚନା, ଶିକ୍ଷା ଏବଂ ଯୋଗାଯୋଗକୁ ନେଇ ଏକ ଟିମ୍‌ ଗଠନ କରିଛନ୍ତି। ଏହି ଟିମ୍‌ର ନେତୃତ୍ୱ ନେବେ ଓଡ଼ିଶା ଦକ୍ଷତା ବିକାଶ କର୍ତ୍ତୃପକ୍ଷର ଅଧ୍ୟକ୍ଷ ସୁବ୍ରତ ବାଗ୍‌ଚୀ।

କୋଭିଡ୍‌-୧୯ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ସହ ଏହାକୁ କିପରି ମୁକାବିଲା କରାଯିବ ସେନେଇ ପଦକ୍ଷେପ ନେବ ଏହି ଟିମ୍‌। ଏହାସହ ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ଭାବେ ନିଯୁକ୍ତି ପାଇଛନ୍ତି ସୁବ୍ରତ ବାଗ୍‌ଚୀ। କରୋନା ସମ୍ପର୍କିତ ସୂଚନା ସେ ରାଜ୍ୟ ସରକାରଙ୍କୁ ଦେବେ। ଏହାସହ କରୋନାକୁ ନେଇ ରାଜ୍ୟ ସରକାର ଯେଉଁ ସାମ୍ବାଦିକ ସମ୍ମିଳନୀ କରିବେ ତାହା ବାଗ୍‌ଚୀଙ୍କ ତତ୍ତ୍ୱାବଧାନରେ ହେବ।

କରୋନା ପାଇଁ ଗତକାଲି ସରକାର ବିପର୍ଯ୍ୟୟ ଭାବେ ଘୋଷଣା କରିଥିଲେ। ମାର୍ଚ୍ଚ ୩୧ ଯାଏଁ ସ୍କୁଲ, କଲେଜ ଏବଂ ସବୁ ଫିଲ୍ମ ହଲ ବନ୍ଦ କରିବାକୁ ଘୋଷଣା କରିଥିଲେ। କରୋନା ପାଇଁ ସଜାଗ ରହିବାକୁ ରାଜ୍ୟ ସରକାର ପରାମର୍ଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here