ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

ତାପମାତ୍ରା ବଢ଼ିବା ସହ କୋରୋନା ଭାଇରସର କୌଣସି ସମ୍ପର୍କ ନାହିଁ। ଏହା ଏକ ଗୁଜବ

କରୋନା ଏବେ ସାରା ବିଶ୍ୱରେ ବ୍ୟାପିବାରେ ଲାଗିଲାଣି। କରୋନା ଯେମିତି ହୁ ହୁ ହୋଇ ବ୍ୟାପୁଛି, ସେହିପରି ଗୁଜବ ମଧ୍ୟ ଅଧିକ ମାତ୍ରାରେ ବ୍ୟାପିବାରେ ଲାଗିଛି।

‘ତାପମାତ୍ରା ଅଧିକ ଅଞ୍ଚଳରେ କରୋନା ହୋଇ ନଥାଏ ଓ ଥଣ୍ଡା ଅଞ୍ଚଳରେ କରୋନା ବ୍ୟାପିଥାଏ’ ଏଭଳି ଏକ ଗୁଜବ ଚାରିଆଡ଼େ ଶୁଣିବାକୁ ମିଳୁଛି। ହେଲେ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ତାପମାତ୍ରା ବଢ଼ିବା ଓ କମିବା ସହ କରୋନା ଭାଇରସର କୌଣସି ସମ୍ପର୍କ ନାହିଁ।

ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ପକ୍ଷରୁ କୁହାଯାଇଛି ଯେ କରୋନା ଭାଇରସ ଯେକୌଣସି ଅଞ୍ଚଳରେ ବ୍ୟାପିପାରେ। ଏହାସହ ତାପମାତ୍ରାର କିଛି ସମ୍ପର୍କ ନାହିଁ।

ଏହି ଗୁଜବ ଲୋକମାନଙ୍କ ପାଇଁ ବିପଜ୍ଜନକ ହୋଇପାରେ। ଏଭଳି ଗୁଜବଠାରୁ ଦୂରେଇ ରହିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।

Comment