ଓଡ଼ିଶାଲାଇଭ୍‌ ବ୍ୟୁରୋ  

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): ଗଞ୍ଜାମର ପ୍ରସିଦ୍ଧ ତାରାତାରିଣୀଙ୍କ ପୀଠରେ ପ୍ରତି ମଙ୍ଗଳବାର ଚୈତ୍ର ମେଳା ଆରମ୍ଭ ହୋଇଯାଛି। ଏଥିରେ ଲକ୍ଷାଧିକ ଭକ୍ତ ସମାଗମ ହେଉଥିବାରୁ କରୋନା ଭାଇରସରୁ ଯେଭଳି ମୁକ୍ତି ମିଳିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି। ସେଠାରେ କେଶ ମୁଣ୍ଡନ ବନ୍ଦ ସାଙ୍ଗକୁ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ଗ୍ରହଣ କରାଯାଇଛି।

ଏହାସହ ପୀଠକୁ ଅତିରିକ୍ତ ବସ ସେବା ମଧ୍ୟ ପ୍ରତ୍ୟାହାର କରାଯାଇଛି। ଚୈତ୍ର ମେଳା ଯାତ୍ରାକୁ ନଆସିବା ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଜନ ସାଧାରଣଙ୍କୁ ଅନୁରୋଧ କରିଛନ୍ତି। ପୂର୍ବ ମଙ୍ଗଳବାରଠାରୁ ଚୈତ୍ର ମେଳା ଆରମ୍ଭ ହୋଇଗଲାଣି।

ସ୍ଥାନୀୟ ଲୋକେ ଶକ୍ତି ପୀଠରେ ମଙ୍ଗଳବାର ଚୈତ୍ର ମେଳା ରୀତିନୀତି ସମ୍ପାଦନା କରିବେ। କେଶ ମୁଣ୍ଡନ ଏଠାରେ ଏକ ବହୁ ପ୍ରାଚୀନ ପରମ୍ପରା। ମାନସିକ ଧାରୀମାନେ ତାରାତାରିଣୀଙ୍କ ଶକ୍ତି ପୀଠରେ ମଙ୍ଗଳବାର ଚୈତ୍ର ମେଳା କେଶ ମୁଣ୍ଡନ କରିବାକୁ ପୂର୍ବରୁ ସ୍ଥିର କରିଥାନ୍ତି।

କୌଣସି ଯାତ୍ରା, ବିବାହ ଉତ୍ସବ ଆଦିକୁ ନଯିବା ଲାଗି ମଧ୍ୟ ପରାମର୍ଶ ଦେଇଛନ୍ତି। ଜରୁରୀ ନଥିଲେ ଘରେ ରହିବାକୁ ଜିଲ୍ଲାପାଳ ସମସ୍ତଙ୍କୁ କହିଛନ୍ତି। କରୋନାକୁ ନେଇ ଜିଲ୍ଲା ପ୍ରଶାସନ ତରଫରୁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି।

Comment