ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନା ପାଇଁ ବାତିଲ ହେଲା ପରୀକ୍ଷା। ରାଜ୍ୟର ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲରେ ପ୍ରଥମ ଶ୍ରେଣୀରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ପରୀକ୍ଷାକୁ ବାତିଲ କରିଦିଆଯାଇଛି। ଏନେଇ ସ୍କୁଲ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ପରୀକ୍ଷା ବାତିଲ କରିଛି ଗଣ ଶିକ୍ଷା ବିଭାଗ। ତେବେ ଦ୍ୱାଦଶ ଶ୍ରେଣୀର ଚାଲିଥିବା ପରୀକ୍ଷା ଜାରି ରହିବ।

ଏହାସହ ସମସ୍ତ ଟ୍ୟୁସନ ଓ କୋଚିଂ ସେଣ୍ଟରକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷକମାନଙ୍କୁ ମଧ୍ୟ ସ୍କୁଲ ନ ଆସିବାକୁ ନିର୍ଦ୍ଦେଶ ଦିଆଯାଇଛି। ସ୍କୁଲ ନ ଆସିଲେ ବି ଶିକ୍ଷକମାନେ ଫୋନ୍‌ରେ ଆଲର୍ଟ ରହିବେ। ଦଶମ ଓ ଦ୍ୱାଦଶ ପରୀକ୍ଷା ଖାତା ଦେଖା ମଧ୍ୟ ଜାରି ରହିବା ନେଇ ସୂଚନା ଦେଇଛି ସ୍କୁଲ ଓ ଗଣ ଶିକ୍ଷା ବିଭାଗ। ପରବର୍ତ୍ତୀ ନିର୍ଦ୍ଦେଶ ଯାଏଁ ସମସ୍ତ ସରକାରୀ ଓ ବେସରକାରୀ ମଧ୍ୟ ସ୍କୁଲ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ପୂର୍ବରୁ କ୍ୟାବିନେଟ ବୈଠକରେ ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ କଲେଜ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଥିଲା।

ଓଡ଼ିଶାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ସମସ୍ତ ପ୍ରକାର ସଚେତନମୂଳକ ପଦକ୍ଷେପ ନେଉଛନ୍ତି।

Comment