ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶା ସରକାରଙ୍କ ଘୋଷଣା ଅନୁଯାୟୀ, ମାର୍ଚ୍ଚ ୪ ତାରିଖ ପରେ ବିଦେଶରୁ ଫେରିଥିବା ସବୁ ବ୍ୟକ୍ତିଙ୍କୁ କରୋନା ମୁକାବିଲା ପାଇଁ ରେଜିଷ୍ଟ୍ରେସନ୍‌ କରିବାକୁ ହେବ। ସେହି ଅନୁସାରେ ମଙ୍ଗଳବାର ଦିନ ୧୨୩୯ ଦିନ ରେଜିଷ୍ଟ୍ରେସନ୍‌ କରିଥିବା ଜଣାପଡ଼ିଛି।

ଟୋଲ ଫ୍ରି ନମ୍ବର ୧୦୪କୁ ଫୋନ୍‌ କରି ୫୪୫ ଜଣ ତଥା ଅନ୍ୟମାନେ www.covid19.odisha.gov.in ଓ୍ଵେବ୍‌ସାଇଟ୍‌ ମାଧ୍ୟମରେ ପଞ୍ଜୀକରଣ କରିଛନ୍ତି। ସେମାନଙ୍କ ମଧ୍ୟରେ ଅଛନ୍ତି ଗଜପତି ଦିବ୍ୟ ସିଂହଦେବ ଓ ତାଙ୍କ ପରିବାର ତଥା ଆଇଏଏସ୍‌ ଭିନିଲ୍‌ କ୍ରିଷ୍ଣା। ସମସ୍ତଙ୍କୁ ୧୪ ଦିନ ପର୍ଯ୍ୟନ୍ତ ହୋମ୍‌ କ୍ଵାରେଣ୍ଟାଇନ୍‌ ଲାଗି ପରାମର୍ଶ ଦିଆଯାଇଛି।

ଏହାସହ ୨୪ ଘଣ୍ଟା ମଧ୍ୟରେ ୧୦ ହଜାର ଲୋକ ୧୦୪କୁ କଲ୍‌ କରିଛନ୍ତି। ଏପର୍ଯ୍ୟନ୍ତ ରାଜ୍ୟରେ ୩୨ ଜଣ ନମୁନା ପରୀକ୍ଷା କରାଯାଇଛି। ସେମାନଙ୍କ ମଧ୍ୟରେ ୩୧ ଜଣଙ୍କ ନେଗେଟିଭ ଓ ଜଣଙ୍କର ପଜେଟିଭ ଆସିଛି। ପଜେଟିଭ୍‌ ବ୍ୟକ୍ତିଙ୍କ ଚିକିତ୍ସା ଜାରି ରହିଛି ଓ ସେ ସୁସ୍ଥ ଅଛନ୍ତି ବୋଲି ସାମ୍ଵାଦିକ ସମ୍ମିଳନୀରେ କହିଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର ସୁବ୍ରତ ବାଗ୍‌ଚି

Comment