ଓଡ଼ିଶାଲାଇଭ୍‌ ବ୍ୟୁରୋ

(ରାୟଗଡ଼ାରୁ ତୁଷାର ରଞ୍ଜନ ସାହୁ): ପୋଖରୀରେ ଡଙ୍ଗା ବୁଡ଼ି ଦୁଇ ଜଣ ମୃତ୍ୟୁ ହୋଇଥିଲା ବେଳେ ଜଣେ ଗୁରୁତର ଅବସ୍ଥାରେ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କୋଲନରା ବ୍ଲକ ମୁକୁନ୍ଦପୁର ଗ୍ରାମ ନିକଟରେ। ଦୁଇ ମୃତକ ହେଲେ ଛତିଶଗଡ଼ ରାଜ୍ୟର ୨୧ ବର୍ଷର ମନୁ କୁମାର ସାହୁ ଓ ୧୦ ବର୍ଷର ଶିବାନୀ ନାୟକ।

ଆଜି ୪ ଜଣ ନିଜ ସଂପର୍କିୟଙ୍କ ପୋଖରୀରେ ଦେଶୀ ଡଙ୍ଗାରେ ଯାଉଥିବା ବେଳେ ଡଙ୍ଗାଟି ହଠାତ୍ ବୁଡ଼ି ଯାଇଥିଲା। ଫଳରେ ୪ ଜଣ ପାଣିରେ ବୁଡ଼ି ଯାଇଥିଲେ। ଦୁଇ ଜଣ ପହଁରି କୂଳକୁ ପଳେଇ ଆସିଥିବା ବେଳେ ଅନ୍ୟ ଦୁଇ ଜଣ ପାଣିରେ ବୁଡ଼ି ଯାଇଥିଲେ।

ସ୍ଥାନୀୟ ଲୋକଙ୍କ ସହାୟତାରେ ଦୁଇ ଜଣଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେବେ ଡାକ୍ତର ଦୁଇ ଜଣଙ୍କୁ ମୃତ ଘୋଷଣା କରିଥିଲେ। ଘଟଣା ସ୍ଥଳରେ ଚାନ୍ଦିଲି ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

Comment