ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ଭାଇରସର ମୁକାବିଲା କରିବା ନେଇ ରାଜ୍ୟ ସରକାରଙ୍କୁ ନୋଟିସ୍ ଦେଇଛନ୍ତି ହାଇକୋର୍ଟ। ରାଜ୍ୟ ସରକାରଙ୍କ ପାଖରେ ଯଥେଷ୍ଟ ପରିମାଣରେ ସାନିଟାଇଜର ଓ ମାସ୍କ ଭଳି ଜିନିଷ ଉପଲବ୍ଧ ଅଛି ନା ନାହିଁ ସେନେଇ ଜବାବ ମାଗିଛନ୍ତି ହାଇକୋର୍ଟ।

ଏହାସହ ଭୁବନେଶ୍ୱର ବିମାନବନ୍ଦର ଓ ଓଡ଼ିଶାର ଉପକୂଳ ବନ୍ଦରରେ ଜାହଜରେ ଆସୁଥିବା ଯାତ୍ରୀଙ୍କ କରୋନା ସ୍କ୍ରିନିଂ କିଭଳି ହେଉଛି ? ଏଥିପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଉଛନ୍ତି ସେ ସଂକ୍ରାନ୍ତରେ ପ୍ରଶ୍ନ କରିଛନ୍ତି ହାଇକୋର୍ଟ। ସେନେଇ ରିପୋର୍ଟ ଦେବାକୁ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ବିଭିନ୍ନ ସ୍ଥାନରେ ମାସ୍କ ଓ ସାନିଟାଇଟଜର କଳା ବଜାରୀ ଆରମ୍ଭ ହୋଇଯାଇଛି। ୨୦ଟଙ୍କାରେ ମିଳୁଥିବା ମାସ୍କ ଏବେ ୧୦୦ଟଙ୍କାରେ ବିକ୍ରି ହେଉଛି। ଏହାସହ ବିଭିନ୍ନ ସ୍ଥାନରେ ମାସ୍କ ମିଳୁନାହିଁ। ରାଜ୍ୟରେ ମାସ୍କ ଓ ସାନିଟାଇଜର ମହଜୁଦ୍ ରଖିବା ପାଇଁ ରାଜ୍ୟ ସରକାର କି ପଦକ୍ଷେପ ନେଇଛନ୍ତି ସେ ବାବଦରେ ମଧ୍ୟ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ। ମାସ୍କ ଓ ସାନିଟାଇଜର ଉପଲବ୍ଧ କରିବା ପାଇଁ ସ୍ୱତନ୍ତ୍ର ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ।

ରାଜ୍ୟରେ କରୋନା ମୁକାବିଲା ସଂକ୍ରାନ୍ତରେ ଆଇନଜୀବୀ ବିଜୟ କୁମାର ରଗଡ ହାଇକୋର୍ଟରେ ଏକ ମାମଲା ରୁଜୁ କରିଥିଲେ। ଏହି ମାମଲାର ଶୁଣାଣି କରି ହାଇକୋର୍ଟଙ୍କ ୩ଜଣିଆ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଦେଇଛନ୍ତି।

Comment