ଓଡ଼ିଶାଲାଇଭ୍‌ ବ୍ୟୁରୋ

“ଆମେରିକାରେ ଧର୍ମୀୟ କାମ ସାରି ମାର୍ଚ୍ଚ ୧୫ରେ ଫେରିଥିଲୁ। ସେଠୁ ଫେରି ସରକାରଙ୍କ ନିର୍ଦ୍ଦେଶନୁସାରେ ପଞ୍ଜିକରଣ କରିଥିଲୁ। ଅନଲାଇନ୍‌ ପଞ୍ଜିକରଣ କରି କ୍ଵାରେଣ୍ଟାଇନ୍‌ରେ ରହିଛୁ। ବର୍ତ୍ତମାନ ମୁଁ ଓ ମୋ ପରିବାର ସମ୍ପୂର୍ଣ୍ଣ ସୁସ୍ଥ ଅଛୁ”, କହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ।

ଏହାସହ ବିଦେଶରୁ ଫେରୁଥିବା ଲୋକଙ୍କୁ ସରକାରଙ୍କ ଅନଲାଇନ୍‌ରେ ପଞ୍ଜିକରଣ କରିବାକୁ ଅପିଲ କରିଛନ୍ତି। ସତର୍କ ରହିଲେ ଆମେ କରୋନାକୁ ଦୂରେଇ ପାରିବା ବୋଲି କହିଛନ୍ତି ଗଜପତି।

ଆଜି ବିଦେଶରୁ ଫେରି ହୋମ୍‌ କ୍ଵାରେଣ୍ଟଇନ୍‌ରେ ରହିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ। ସପରିବାର ସହ ଭୁବନେଶ୍ଵରସ୍ଥିତ ବାସଭବନରେ କ୍ଵାରେଣ୍ଟଇନ୍‌ରେ ରହିଛନ୍ତି। ଗଜପତି ଗତ ୧୫ ତାରିଖରେ ପରିବାର ସହ ଆମେରିକାରୁ ଫେରିଥିଲେ। ପରେ ସରକାରଙ୍କ ଅନ୍‌ଲାଇନ୍‌ରେ ରେଜିଷ୍ଟ୍ରେସନ୍‌ କରି ଜଣାଇଥିଲେ। ବର୍ତ୍ତମାନ ସେ ୧୪ ଦିନ କ୍ଵାରେଣ୍ଟଇନ୍‌ରେ ରହିବେ।

କରୋନା ଭାଇରସ୍‌କୁ ନେଇ ରାଜ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହା ମଧ୍ୟରେ ରାଜ୍ୟ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟର ସମସ୍ତ ସ୍କୁଲ, କଲେଜକୁ ମାର୍ଚ୍ଚ ୩୧ ଯାଏଁ ଛୁଟି ଘୋଷଣା ମଧ୍ୟ କରାଯାଇଛି। ଏପର୍ଯ୍ୟନ୍ତ ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ତାଙ୍କୁ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା କରାଯାଉଛି।

Comment