ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ୪୫ ଦିନ ମଧ୍ୟରେ ହିତାଧିକାରୀଙ୍କୁ ୩ମାସର ରାସନ୍ ଯୋଗାଇ ଦିଆଯିବା। ଏନେଇ ବୁଧବାର ରାଜ୍ୟ ଯୋଗାଣ ବିଭାଗ ସୂଚନା ଦେଇଛି।

ଏପ୍ରିଲ ୧ତାରିଖରୁ ୧୫ତାରିଖ ମଧ୍ୟରେ ହିତାଧିକାରୀଙ୍କୁ ଚାଉଳ, ଗହମ, କିରାସିନ୍ ଆଦି ଯୋଗାଇ ଦିଆଯିବ। ରାସନ୍ ଦେବା ବେଳେ ଇ-ପାସ୍, ଆଇରିସ୍ ସ୍କାନିଂ କିମ୍ବା ବାୟୋମେଟ୍ରିକର ବ୍ୟବହାର କରାଯିବ ନାହିଁ।

କରୋନା ଭାଇରସ ସକ୍ରମଣକୁ ଦୃଷ୍ଟିରେ ରଖି ଆଗୁଆ ରାସନ ଯୋଗାଇ ଦେବାକୁ ନିଷ୍ପତ୍ତି ନଆଯାଇଛି। ପୂର୍ବରୁ ଆଗୁଆ ୪ ମାସର ଭତ୍ତା ଯୋଗାଇ ଦେବାକୁ ଘୋଷଣା ହୋଇଥିଲା। ଯୋଗାଣ କେନ୍ଦ୍ରରେ ଭିଡ଼ ନିୟନ୍ତ୍ରଣ କରିବାକୁ ଏହି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର।

କରୋନାରୁ ରକ୍ଷା ପାଇବା ପାଇଁ ରାଜ୍ୟ ସରକାର ସମସ୍ତ ପ୍ରକାରର ପଦକ୍ଷେପ ନେଉଛନ୍ତି।  କରୋନାଠାରୁ ରକ୍ଷା ପାଇବା ପାଇଁ ଜନସମୂହଠାରୁ ଦୁରେଇ ରହିବାକୁ ଲୋକଙ୍କୁ ପରାମର୍ଶ ଦିଆଯାଉଛି। ସେହିଭଳି ମାର୍ଚ୍ଚ ୩୧ ତାରିଖ ଯାଏଁ ସମସ୍ତ ସ୍କୁଲ, କଲେଜ, ପାର୍କ, ମଲ ଆଦିକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

Comment