ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

ଛାତରୁ ଡେଇଁ ଆତ୍ମହତ୍ୟା କଲେ କରୋନା ସନ୍ଦିଗ୍ଧ। ବୁଧବାର ତାଙ୍କୁ କରୋନା ଭୂତାଣୁ ହୋଇଥିବା ସନ୍ଦେହ କରାଯାଇ ସଫଦରଜଙ୍ଗ ହସ୍ପିଟାଲର କରୋନା ଆଇସୋଲେସନ ଓ୍ଵାର୍ଡରେ ଭର୍ତ୍ତି କରାଯାଇଥିଲା। ହେଲେ ସେ ଆଜି ହସ୍ପିଟାଲର ଛାତ ଛପରୁ ଡେଇଁ ଆତ୍ମହତ୍ୟା କରିଛନ୍ତି।

ବୁଧବାର ଦିଲ୍ଲୀ ବିମାନବନ୍ଦରକୁ ବ୍ୟକ୍ତି ଜଣକ ଫେରିବା ବେଳେ ଏୟାରପୋର୍ଟ ଅଧିକାରୀମାନେ ତାଙ୍କର ଥର୍ମାଲ ସ୍କ୍ରିନିଂ କରିଥିଲେ। ସ୍କ୍ରିନିଂ ବେଳେ ତାଙ୍କ ଦେହରେ କରୋନା ଭଳି ଲକ୍ଷଣ ଦେଖାଦେଇଥିଲା। ଏହାପରେ ଏୟାରପୋର୍ଟ ଅଧିକାରୀମାନେ ତାଙ୍କୁ ସଫଦରଜଙ୍ଗ ହସ୍ପିଟାଲକୁ ନେଇ ଆସିଥିଲେ।

ବ୍ୟକ୍ତିଙ୍କ ଲାଳ ନମୁନା ସଂଗ୍ରହ କରାଯାଇ କରୋନା ଯାଞ୍ଚ ପାଇଁ ପଠା ଯାଇଥିଲା। ତେବେ ଯାଞ୍ଚ ରିପୋର୍ଟ ଆସିବା ପୂର୍ବରୁ ସେ ହସ୍ପିଟାଲର ସପ୍ତମ ମହଲାରୁ ଡେଇଁ ପଡ଼ିଥିଲେ। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଜାରି ରଖିଛି।

ବର୍ତ୍ତମାନ ସୁଦ୍ଧା ଭାରତରେ ୩ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। କରୋନାକୁ ନେଇ ଲୋକଙ୍କୁ ଭୟବୀତ ନହୋଇ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି। କରୋନା ଭାଇରସ ସଂକ୍ରମଣ ରୋକିବାକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ କଟକଣା ଜାରି କରିଛନ୍ତି।

Comment