ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ଭାଇରସ୍‌ ପାଇଁ ଜେଲରେ ସତର୍କତା। ସବୁ ଜିଲ୍ଲାର ମୁଖ୍ୟ କାରାଗାରରେ ଇ-ମୁଲାକାତ ବ୍ୟବସ୍ଥା ଆରମ୍ଭ। ଭିଜିଟର ରୁମ୍‌ରେ ସ୍କାଇପ ଜରିଆରେ କଏଦୀଙ୍କ ସହ ସାକ୍ଷାତ କରିପାରିବେ ସମ୍ପର୍କୀୟ। ୨ରୁ ୩ ମିନିଟ୍‌ ପର୍ଯ୍ୟନ୍ତ ଏହି ସାକ୍ଷାତ ବ୍ୟବସ୍ଥା କରାଯିବ।

ପ୍ରଥମ ପର୍ଯ୍ୟାୟରେ ଆଜି କଟକ ଚୌଦ୍ଵାର ଜେଲ୍‌ରେ ୨୫ରୁ ଅଧିକ ଲୋକ ଇ-ମୁଲାକାତ କରିଛନ୍ତି। ଏହାସହ ଏହି ପ୍ରକ୍ରିୟା ରାଜ୍ୟର ଅନ୍ୟ ସବୁ ଜେଲ୍‌ରେ ମଧ୍ୟ ଆରମ୍ଭ ହୋଇଯାଇଛି। କରୋନା ଭାଇରସ୍‌ରୁ ରକ୍ଷା ପାଇବା ପାଇଁ ଏଭଳି ପଦକ୍ଷେପ ନେଇଛନ୍ତି ଜେଲ୍‌ କତ୍ତୃପକ୍ଷ।

ରାଜ୍ୟରେ କରୋନା ଭାଇରସ୍‌କୁ ମୁକାବିଲା କରିବାକୁ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର। ଏନେଇ ରାଜ୍ୟରେ ବିଭିନ୍ନ କଟକଣା ମଧ୍ୟ ଜାରି କରାଯାଇଛି। ମାର୍ଚ୍ଚ ୩୧ ଯାଏଁ ସମସ୍ତ ସ୍କୁଲ, କଲେଜ ଛୁଟି ଘୋଷଣା କରାଯାଇଛି। ଏହାସହ ସମସ୍ତ ସାମାଜିକ କାର୍ଯ୍ୟକଳାପ, ବିବାହ ଉତ୍ସବ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି ସରକାର। ବର୍ତ୍ତମାନ ରାଜ୍ୟରେ ଜଣେ କରୋନା ରୋଗୀ ଚିହ୍ନଟ ହୋଇ ଚିକିତ୍ସିତ ହେଉଛନ୍ତି।

ଭାରତରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ବଢ଼ିବାର ଲାଗିଛି। ବର୍ତ୍ତମାନ ସୁଦ୍ଧା କରୋନା ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୬୬କୁ ବୃଦ୍ଧି ପାଇଛି। ଏଯାଏଁ କରୋନା ଭାଇରସ୍‌ ଯୋଗୁଁ ଭାରତରେ ୩ ଜଣଙ୍କର ମୃତ୍ୟ ମଧ୍ୟ ହୋଇ ସାରିଛି। ଏହାକୁ ଦୃଷ୍ଟିରେ ରଖି ଭାରତ ସରକାର ମଧ୍ୟ ବିଭିନ୍ନ କଟକଣା ଜାରି କରିଛନ୍ତି।

Comment