ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟସଭା ସାଂସଦ ଭାବେ ଶପଥ ଗ୍ରହଣ କଲେ ପୂର୍ବତନ ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ରଞ୍ଜନ ଗୋଗୋଇ। ଗୁରୁବାର ରାଜ୍ୟସଭାରେ ଗୋଗୋଇ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।

ରଞ୍ଜନ ଗୋଗୋଇ ଶପଥ ଗ୍ରହଣ କରୁଥିବାବେଳେ ତାଙ୍କର ସାଂସଦ ହେବାକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରିଥିଲେ। ଏପରିକି ବିରୋଧୀ ଦଳର ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ବିରୋଧୀମାନଙ୍କ ହଟ୍ଟଗୋଳ ମଧ୍ୟରେ ଗୋଗୋଇ ଶପଥ ପାଠ କରିଥିଲେ।

ସୁପ୍ରିମ କୋର୍ଟର ମୁଖ୍ୟ ବିଚାରପତି ରହିଥିବା ସମୟରେ ରଞ୍ଜନ ଗୋଗୋଇ ତାଙ୍କର ଅନେକ ବିଚାରକୁ ନେଇ ଚର୍ଚ୍ଚାର ରହିଥିଲେ। ତାଙ୍କର ୧୩ ମାସର କାର୍ଯ୍ୟକାଳ ମଧ୍ୟରେ ସେ ଅଯୋଧ୍ୟାର ରାମ ମନ୍ଦିର ନିର୍ମାଣ, ରାଫେଲ୍ ଚୁକ୍ତି, ପ୍ରଧାନ ବିଚାରପତିଙ୍କ କାର୍ଯ୍ୟାଳୟ ଆରଟିଆଇ ପରିସରଭୁକ୍ତ ଓ ସାବରୀମାଳା ମନ୍ଦିରରେ ମହିଳାମାନଙ୍କ ପ୍ରବେଶ ଆଦି ଅନେକ ମାମଲାର ରାୟ ଶୁଣାଇଥିଲେ।

ଏହାପରେ ଗତ ନଭେମ୍ବର ୧୭ ତାରିଖରେ ସେ ତାଙ୍କ ପଦରୁ ଅବସର ଗ୍ରହଣ କରିଥିଲେ। ଗତ ସୋମବାର ଦିନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ।

Comment