ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

(ବ୍ରହ୍ମପୁରରୁ ସୁନୀଲ ପଟ୍ଟନାୟକ): କରୋନା କବଳରୁ ଲୋକମାନଙ୍କୁ ରକ୍ଷା କରିବା ପାଇଁ ତତ୍ପର ହୋଇଛି ଗଞ୍ଜାମ ଜିଲ୍ଲା ପ୍ରଶାସନ। ଏଥିପାଇଁ ଶୁକ୍ରବାର ପ୍ରଶାସନ ତରଫରୁ ସିଟି ବସ ଓ ଘରୋଇ ବସମାନଙ୍କ ପାଇଁ କେତେକ କଟକଣା ଲାଗୁ କରାଯାଇଛି।

କଟକଣା ଅନୁସାରେ ଏଣିକି ବସରେ ଲୋକମାନେ ପରସ୍ପରଠାରୁ ଏକ ମିଟର ଦୂରତାରେ ବସିବେ। ପୂର୍ବରୁ ଗୋଟିଏ ବସରେ ଯେତିକି ଲୋକ ଯାତ୍ରା କରୁଥିଲେ ଏବେ ତାହାର ଅଧାଲୋକ ସେଥିରେ ବସି ଯାତ୍ରା କରିବେ। ଯଦି କୌଣସି ବସ୍ ଏହି ନିୟମ ଉଲ୍ଲଘଂନ କରେ ତେବେ ପ୍ରଶାସନ ତରଫରୁ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ୍ ଗ୍ରହଣ କରାଯିବ ବୋଲି କୁହାଯାଇଛି।

ଏଥିସହିତ ଗୋଟିଏ ଥର ଯାତ୍ରା ଶେଷ ହେବା ପରେ ବସର ସିଟ୍ ଓ ହାଣ୍ଡଲକୁ ସଫା କରିବାକୁ କୁହାଯାଇଛି। ଏହାସହ ହାତ ଧୋଇବା ପାଇଁ ସାବୁନ୍ ଓ ପାଣିର ବ୍ୟବସ୍ଥା, କାଶୁଥିବା କିମ୍ବା ଛିଙ୍କୁଥିବା ଲୋକମାନଙ୍କୁ ଟିସୁ ପେପର ଦେବାକୁ ଜିଲ୍ଲାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ କହିଛନ୍ତି।

Comment