ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କରୋନା ପାଇଁ କଟକଣା ଜାରି କଲା ଆଇଆର୍‌ଟିସି। ଶନିବାରଠୁ ସମସ୍ତ ପ୍ଲାଟଫର୍ମରେ ସବୁ ଫୁଡ୍‌ ପ୍ଲାଜା, ରିଫ୍ରେସମେଣ୍ଟ ରୁମ୍‌, ଜନଆହାର କେନ୍ଦ୍ର ଓ ସେଲ୍‌ କିଚେନ୍‌କୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ନିର୍ଦ୍ଦେଶ ଯାଏଁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଲା ଆଇଆର୍‌ଟିସି।

ଏହାସହ ମେଲ୍‌ ଓ ଏକ୍ସପ୍ରେସ ଟ୍ରେନରେ ମଧ୍ୟ କ୍ୟାଟେରିଂ ସେବା ବନ୍ଦ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ଦୂରନ୍ତ ଏକ୍ସପ୍ରେସକୁ ପ୍ରତି ସୋମବାର ଓ ଶୁକ୍ରବାର ବିଜୟଓ୍ଵାଡା ସେଲ୍‌ କିଚେନ ଖାଦ୍ୟ ଯୋଗାଇବ। ହେଲେ ଜୁରୁରୀ ସେବା ପାଇଁ ପନୀୟ ଜଳ ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି।

ରାଜ୍ୟରେ କରୋନା ଭାଇରସ୍‌କୁ ରୋକିବାକୁ ପ୍ରୟାସ ଜାରି ରଖିଛନ୍ତି ରାଜ୍ୟ ସରକାର। ଏନେଇ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି। ସେହିପରି ଭୁବନେଶ୍ଵରରେ ଶନିବାରଠୁ ଅଡ୍‌-ଇଭିନ୍‌ ଫର୍ମୁଲା ମଧ୍ୟ ଲାଗୁ କରାଯାଇଛି। ବିଭିନ୍ନ ଦୋକାନ ବଜାର ଖୋଲିବା ନେଇ ମଧ୍ୟ କଟକଣା ଜାରି କରାଯାଇଛି।

ବର୍ତ୍ତମାନ ରାଜ୍ୟରେ କରୋନା ଭାଇରସ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୨ରେ ପହଞ୍ଚିଛି। ସେମାନଙ୍କୁ ଆଇସୋଲେସନ୍‌ ଓ୍ଵାର୍ଡରେ ରଖାଯାଇ ଚିକିତ୍ସା କରାଯାଉଛି। ଏହାସହ ଭାରତରେ ମଧ୍ୟରେ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି।

Comment