ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ସରକାରଙ୍କ ଆଉ ଏକ ନୂଆ ପଦକ୍ଷେପ। ମାର୍ଚ୍ଚ ୨୫ରୁ ଜୁନ୍‌ ୧୫ ଯାଏଁ ସମସ୍ତ ହଷ୍ଟେଲ ବନ୍ଦ ରହିବ। ଏହାସହ ଛାତ୍ରଛାତ୍ରୀଙ୍କୁ ୩ ମାସର ଆଗୁଆ ସ୍କଲାରସିପ୍‌ ମଧ୍ୟ ପ୍ରଦାନ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗ୍‌ଚୀ।

ହଷ୍ଟେଲରେ ରହୁଥିବା ସାଢ଼େ ୫ ଲକ୍ଷ ଛାତ୍ରଛାତ୍ରୀଙ୍କୁ ସରକାର ଆଗୁଆ ବୃତ୍ତି ପ୍ରଦାନ କରିବେ। ହଷ୍ଟେଲ ବନ୍ଦ ରହୁଥିବା ଯୋଗୁଁ  ୩ମାସର ଆଗୁଆ ବୃତ୍ତି ପ୍ରଦାନ କରାଯିବ। ବାଳିକାମାନଙ୍କୁ ୨ ହଜାର ୪୦୦ ଓ ବାଳକମାନଙ୍କୁ ୨ହଜାର ୨ହଜାର ୨୫୦ ଟଙ୍କା ବୃତ୍ତି ଦିଆଯିବ।

ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବାଗ୍‌ଚୀ କହିଥିଲେ ଯେ, କରୋନା ପାଇଁ ରାଜ୍ୟରେ ଥିବା ସମସ୍ତ ଏସ୍‌ସି/ଏସ୍‌ଟି ହଷ୍ଟେଲକୁ ବନ୍ଦ କରାଯିବ। ଏହାସହ ସେମାନଙ୍କୁ ୩ ମାସରେ ଆଗୁଆ ପ୍ରି-ମ୍ୟାଟ୍ରିକ ସ୍କଲାରସିପ ମଧ୍ୟ ପ୍ରଦାନ କରାଯିବ। ଅଭିଭାବକମାନଙ୍କ ସ୍ଵାକ୍ଷର ନେଇ ଏହି ଛାତ୍ରବୃତ୍ତି ପ୍ରଦାନ କରାଯିବ।

କରୋନା ପାଇଁ ଗୀତ ଗୋବିନ୍ଦ ସଦନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବ୍ରତ ବାଗ୍‌ଚୀ କରୋନା ବିଷୟରେ ଅପଡେଟ୍‌ ପ୍ରଦାନ କରିଥିଲେ। ଏହାସହ କରୋନା ପାଇଁ ସରକାର ନେଉଥିବା ପଦକ୍ଷେପ ବିଷୟରେ ସୂଚନା ଦେଇଥିଲେ। ଏହି ସାମ୍ଵାଦିକ ସମ୍ମିଳନୀ ଗତକାଲିଠାରୁ ଭିଡିଓ କନଫରେନ୍ସିଂ ଜରିଆରେ ଆରମ୍ଭ ହେବ। ସାମ୍ଵାଦିକମାନଙ୍କ ସୁରକ୍ଷାକୁ ଦୃଷ୍ଟି ରଖି ସେମାନଙ୍କୁ ସମ୍ମିଳନୀରେ ଯୋଗ ନଦେବାକୁ ପରାମର୍ଶ ଦେଇଛନ୍ତି ସୁବ୍ରତ ବାଗ୍‌ଚୀ।

Comment