ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ

କରୋନାକୁ ନେଇ ଆଉ ଏକ କଟକଣା ଜାରି କଲା ଭୁବନେଶ୍ଵର ମହାନଗର ନିଗମ। ପାନ ଦୋକାନ ଓ ଆଇସ୍‌କ୍ରିମ୍ ପାର୍ଲର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଓପେଲଫେଡ୍‌ରେ ମଧ୍ୟ ରନ୍ଧା ଖାଦ୍ୟ ବିକ୍ରି ହେବା ନେଇ କଟକଣା ଜାରି ହୋଇଛି।

ଜୁସ୍ ଦୋକାନୀ କେବଳ ଫଳ ବିକି ପାରିବେ। ଓମଫେଡ୍ ପାର୍ଲରରେ ପାନ, ଘୁଟୁଖା ଓ ଚା’ ବିକ୍ରି ଉପରେ କଟକଣା ଜାରି ହୋଇଛି। ତେବେ ଓମଫେଡ ପାର୍ଲରରେ କ୍ଷୀର ଓ କ୍ଷୀରଜାତ ସାମଗ୍ରୀ ବିକ୍ରି ହୋଇପାରିବ।

ପୂର୍ବରୁ ଚାରି ଚକିଆ ଗାଡ଼ି ସୋ’ରୁମ୍‌, ଅଟୋମୋବାଇଲ୍‌, ସାଇକେଲ ସୋ’ ରୁମ୍‌, ରଙ୍ଗ ଦୋକାନ ଏବଂ ଗୋଦାମ, ବହି ଓ ମାଗାଜିନ ଷ୍ଟୋର ଆଦି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଥିଲା ବିଏମ୍‌ସି।

କରୋନା ସଂକ୍ରମଣକୁ ରୋକିବାକୁ ସାମାଜିକ ଦୂରତା ରକ୍ଷା କରିବାକୁ ପରାମର୍ଶ ଦିଆଯାଉଛି। ଏହାକୁ ଦୃଷ୍ଟିରେ ରଖି ବିଏମ୍‌ସି ଏହି କଟକଣା ଜାରି କରିଛି।

କରୋନାକୁ ଦୃଷ୍ଟିରେ ରଖି ଉଭୟ ରାଜ୍ୟ ଓ କେନ୍ଦ୍ର ସରାକର ବ୍ୟାପକ ପଦକ୍ଷେପ ନେଉଛନ୍ତି। ବର୍ତ୍ତମାନ ସୁଦ୍ଧା ଦେଶରେ୨୭୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତମାନଙ୍କୁ ନିକଟସ୍ଥ ମେଡିକାଲର ଆଇସୋଲେସନ ଓ୍ଵାର୍ଡରେ ରଖି ଚିକିତ୍ସା କରାଯାଉଛି।

Comment