ଓଡ଼ିଶାଲାଇଭ୍ ବ୍ୟୁରୋ

 

ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ଜୀବନ। ପଶ୍ଚିମବଙ୍ଗ ସୀମାନ୍ତ ନେକୁରୁଶୁଣିଠାରେ ଏଭଳି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୫ଜଣ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।

ମୃତାହତମାନେ ବାଲେଶ୍ଵର ଜିଲ୍ଲା ସିମୁଳିଆ, ଖଇରା ଅଞ୍ଚଳର ବୋଲି ଜଣା ପଡ଼ିଛି। ପଶ୍ଚିମବଙ୍ଗରୁ ଏହି ୯ଜଣ କାର ଯୋଗେ ଫେରିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହୋଇଥିଲା।

ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଛି। ଏହାସହ ଏନେଇ ପୋଲିସ ତଦନ୍ତ ଆରମ୍ଭ କରିଛି।

Comment