ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନା ମୁକାବିଲା ପାଇଁ ଦେଶର ବିିଭିନ୍ନ ରାଜ୍ୟର ସରକାରମାନେ ଲକଡାଉନ୍ ଘୋଷଣା କରିଛନ୍ତି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ରାଜ୍ୟର ୫ ଜିଲ୍ଲା ଓ ୮ ସହରରେ ୮ ଦିନିଆ ନିଅର ଟୋଟାଲ ‘ଲକ୍‌ଡାଉନ୍‌’ ଘୋଷଣା କରିଛନ୍ତି। ତେବେ ଲକ୍‌ ଡାଉନ୍‌ର ସମୟରେ ଲୋକମାନେ ସେତେଟା ନିୟମ ପାଳୁ ନଥିବା ଦେଖିବାକୁ ମିଳିଛି। ଏଥିପାଇଁ ଲକ୍‌ ଡାଉନ୍‌କୁ ନେଇ ହୋଇଥିବା ଗାଇଡ୍‌ ଲାଇନ୍‌କୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟୁଇଟ୍‌ ଜରିଆରେ ଅପିଲ କରିଛନ୍ତି।

ମୋଦୀ ଟୁଇଟ୍ କରି କହିଛନ୍ତି ଯେ ଲକ୍‌ ଡାଉନ୍‌କୁ ଏବେ ବି ଲୋକେ ଗମ୍ଭୀରତାର ସହ ନେଉ ନାହାନ୍ତି। ନିଜକୁ ଓ ନିଜ ପରିବାରକୁ ସୁରକ୍ଷିତ ରଖିବା ସହ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଅପିଲ କରିଛନ୍ତି।

ଖୋର୍ଦ୍ଧା, ଗଞ୍ଜାମ, କଟକ, କେନ୍ଦ୍ରାପଡ଼ା ଓ ଅନୁଗୁଳ ଜିଲ୍ଲାକୁ ଲକ୍‌ ଡାଉନ୍‌ କରାଯିବା ସହ ଏହାସହ ସମ୍ବଲପୁର, ଝାରସୁଗୁଡ଼ା, ବ୍ରଜରାଜନଗର, ନବରଙ୍ଗପୁର, ଉମରକୋଟ, ବାଲେଶ୍ୱର, ରାଉରକେଲା, ଭଦ୍ରକ, ପୁରୀ, ଯାଜପୁର ରୋଡ୍‌ ଓ ଯାଜପୁର ଟାଉନ ଭଳି ୧୧ଟି ସହରରରେ ଲୋକେ ୨୯ ମାର୍ଚ୍ଚ ରାତି ୯ଟା ଯାଏଁ ଘରେ ରହିବା ପାଇଁ କୁହାଯାଇଛି।

ରାଜ୍ୟରୁ ଯାଉଥିବା ଓ ରାଜ୍ୟ ବାହାରୁ ଆସୁଥିବା ସମସ୍ତ ଆନ୍ତଃରାଜ୍ୟ ବସ୍‌ ଚଳାଚଳକୁ ପରବର୍ତ୍ତୀ ନିର୍ଦ୍ଦେଶନାମା ପର୍ଯ୍ୟନ୍ତ ବନ୍ଦ କରିନିଆଯାଇଛି।

LEAVE A REPLY

Please enter your comment!
Please enter your name here