ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ଭାରତୀୟ କ୍ରିକେଟର କୃନାଲ ପାଣ୍ଡ୍ୟାଙ୍କ ଜନ୍ମଦିନ। ମାର୍ଚ୍ଚ ୨୪ ଆଜିର ଦିନରେ ଗୁଜୁରାଟର ଅହମ୍ମଦାବାଦରେ ଜନ୍ମ ଗ୍ରହଣ କରିଥିଲେ କୃନାଲ। ଆଇପିଏଲରୁ ଭାରତୀୟ ଦଳରେ ପ୍ରବେଶ କରିଥିବା ଏହି କ୍ରିକେଟରଙ୍କୁ ଆଜି ତାଙ୍କ ଜନ୍ମଦିନରେ ଶୁଭେଚ୍ଛାର ସୁଅ ଛୁଟୁଛି। ତାଙ୍କ ଭାଇ ହାର୍ଦ୍ଦିକ ପାଣ୍ଡ୍ୟା ମଧ୍ୟ କ୍ରିକେଟରେ ବେଶ ପରିଚିତ।

କୃନାଲଙ୍କ ପୂରା ନାଁ ହେଉଛି କୃନାଲ ହିଂମାଶୁ ପାଣ୍ଡ୍ୟା। ତାଙ୍କ ବାପାଙ୍କ ନାଁ ହିଂମାଶୁ ପାଣ୍ଡ୍ୟା ଓ ମା’ଙ୍କ ନାଁ ନଳିନୀ ପାଣ୍ଡ୍ୟା। କୃନାଲ ୨୦୧୬-୧୭ରେ ଭଦୋଦରା ପକ୍ଷରୁ ରଣଜୀ ମ୍ୟାଚ ଖେଳିଥିଲେ। ଏହାସହ ସେହି ବର୍ଷ ବିଜୟ ହଜାରେ ଟ୍ରଫିରେ ସେ ୮ଟି ମ୍ୟାଚ ଖେଳି ୩୬୬ ରନ୍‌ କରିଥିଲେ।

ପରେ ସେ ମୁମ୍ଵାଇ ଇଣ୍ଡିଆନ୍‌ ପକ୍ଷରୁ ଆଇପିଏଲରେ ପଦାର୍ପଣ କରିଥିଲେ। ଆଇପିଏଲରେ ତାଙ୍କ ପ୍ରଦର୍ଶନ ବେଶ ଉନ୍ନତ ଥିଲା। ଏହି ଟୁର୍ଣ୍ଣାମେଣ୍ଟ ଜରିଆରେ ସେ ଭାରତୀୟ ଟିମ୍‌ରେ ମଧ୍ୟ ସୁଯୋଗ ପାଇଥିଲେ। ହେଲେ ତାଙ୍କୁ ବେଶି ସୁଯୋଗ ମିଳିନାହିଁ। ସେ ଭାରତ ପକ୍ଷରୁ ମାତ୍ର ୧୧ ଟି-୨୦ ଖେଳି ୭୦ ରନ୍‌ କରିଛନ୍ତି।

Comment