ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ପ୍ରଭାବରୁ ଭାରତୀୟ ଅର୍ଥନୀତିକୁ ସମ୍ଭାଳିବା ପାଇଁ ନିର୍ମଳାଙ୍କ ପ୍ରଥମ ପଦକ୍ଷେପ। ଆଗକୁ ଆସିପାରେ ବଡ଼ ପ୍ୟାକେଜ୍।
ବ୍ୟାଙ୍କ କାରବାର
ଆପଣ ନିଜ ଡେବିଟ୍ କାର୍ଡରେ ଅନ୍ୟ କୌଣସି ବ୍ୟାଙ୍କରୁ ଯେତେଥର ଟଙ୍କା ଉଠାଇଲେ ମଧ୍ୟ କୌଣସି ଚାର୍ଜ ପଡ଼ିବ ନାହିଁ। ଜୁନ୍ ୩୦ ପର୍ଯ୍ୟନ୍ତ ମିଳିବ ଏହି ସୁବିଧା।
ମିନିମମ୍ ବାଲାନ୍ସ ଫି ବାବଦରେ ବ୍ୟାଙ୍କଗୁଡ଼ିକ କୌଣସି ଦେୟ ଆଦାୟ କରିବେ ନାହିଁ। ଅର୍ଥାତ୍ ଏହି ତିନି ମାସ ସମୟ ମଧ୍ୟରେ ଆପଣଙ୍କ ବ୍ୟାଙ୍କ ଖାତାରେ ସର୍ବନିମ୍ନ ବାଲାନ୍ସଠାରୁ କମ୍ ଥିଲେ କୌଣସି ଚାର୍ଜ ପଡ଼ିବ ନାହିଁ।
ଡିଜିଟାଲ ଟ୍ରେଡ୍ ଓ ଟ୍ରାନ୍ଜାକ୍ସନ ପାଇଁ ମଧ୍ୟ ବ୍ୟାଙ୍କ ଚାର୍ଜ କମିଲା।
ଜିଏସ୍ଟି
ଜମା ଅବଧି ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ଦେବାକୁ ଥିବା ଜିଏସ୍ଟି ଜୁନ୍ ୩୦କୁ ଘୁଞ୍ଚିଲା। ୫ କୋଟି ଟଙ୍କା ମଧ୍ୟରେ କାରବାର ଥିବା କମ୍ପାନିକୁ ଦେବାକୁ ବଡ଼ିବ ନାହିଁ କୌଣସି ସୁଧ, ଲେଟ୍ ଫି ବା ପେନାଲ୍ଟି। ୫ କୋଟିରୁ ଅଧିକ ଟଙ୍କାର କାରବାର ଥିବା କମ୍ପାନିକୁ କେବଳ ସୁଧ ଦେବାକୁ ହେବ।
ସର୍ଭିସ୍ ଟ୍ୟାକ୍ସ ବାବଦ ପୁରୁଣା ମାମଲା ସମାଧାନ ପାଇଁ ଅଣାଯାଇଥିବା ‘ସବ୍କା ବିଶ୍ୱାସ’ ଯୋଜନାରେ ଦେୟ ପୈଠ କରିବାର ତାରିଖ ଜୁନ୍ ୩୦କୁ ଘୁଞ୍ଚିଲା।
ଆୟକର
୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ଆୟକର ଫାଇଲ୍ର ସମୟସୀମା ଜୁନ୍ ୩୦କୁ ଘୁଞ୍ଚିଲା।
ଟିଡିଏସ୍ ବାବଦରେ ଗୁରୁତ୍ଵପୂର୍ଣ୍ଣ ନିଷ୍ପତ୍ତି। ୩୦ ଜୁନ୍ ସୁଦ୍ଧା ଜମା କରିହେବ ଟିଡିଏସ୍। ତେବେ ଏହି ଅତିରିକ୍ତ ସମୟ ପାଇଁ ୯ ପ୍ରତିଶତ ସୁଦ୍ଧା ଦେବାକୁ ହେବ। ଆଗରୁ ଏହା ୧୮ ପ୍ରତିଶତ ରହିଥିଲା।
‘ବିବାଦ ସେ ବିଶ୍ୱାସ’ ଯୋଜନାକୁ ଜୁନ୍ ୩୦ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଗଲା। ଏହି ସମୟ ପାଇଁ ଅତିରିକ୍ତ ୧୦ % ଦେୟ ପଡ଼ିବ ନାହିଁ।
ଅଧାରକାର୍ଡ ଓ ପାନ୍ କାର୍ଡ ଲିଙ୍କ୍
ଜୁନ୍ ୩୦କୁ ଘୁଞ୍ଚିଲା ପାନ୍ କାର୍ଡ ସହ ଆଧାର ଲିଙ୍କିଙ୍ଗ ସମୟସୀମା। ପୂର୍ବରୁ ଏହି ତାରିଖ ଥିଲା ମାର୍ଚ୍ଚ ୩୧।
କମ୍ପାନି ନିୟମ
ନୂଆକରି ହୋଇଥିବା କମ୍ପାନି କ୍ଷେତ୍ରରେ ‘ଡିକ୍ଲାରେସନ୍ ଅନ୍ କମେନ୍ସମେଣ୍ଟ’ ବା ‘କମେନ୍ସମେଣ୍ଟ ଅଫ୍ ବିଜିନେସ୍’ ୬ ମାସ ମଧ୍ୟରେ ଦେବାକୁ ପଡ଼ୁଥିଲା। ଏହାର ଅବଧି ଆଉ ୬ ମାସ ବଢ଼ାଇ ଦିଆଗଲା।
କୌଣସି କମ୍ପାନି ନିର୍ଦ୍ଦେଶକଙ୍କ ଯୋଗ୍ୟତା ପାଇଁ ଥିବା ‘ମିନିମମ୍ ରେସିଡେନ୍ସି’ ବ୍ୟବସ୍ଥାରେ ମଧ୍ୟ କୋହଳ। ଅର୍ଥାତ୍ ଜଣେ କମ୍ପାନି ନିର୍ଦ୍ଦେଶକ ଭାରତରେ ବର୍ଷକୁ ଅନ୍ତତଃ ୧୮୨ ଦିନ ନ ରହିଲେ ତାକୁ ଆଇନର ଉଲ୍ଲଘଂନ ବୋଲି ବିଚାର କରାଯାଉଥିଲା। ବର୍ତ୍ତମାନ ଏହି କ୍ଷେତ୍ରରେ ସମ୍ପୂର୍ଣ୍ଣ ରିହାତି ଦିଆଯାଇଛି।

















