ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର କୋଣ ଅନୁକୋଣରେ ବର୍ତ୍ତମାନ କୋଟି କୋଟି ମୋବାଇଲ୍ ବ୍ୟବହାରକାରୀ ଅଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଲା ସମସ୍ତେ ଫୋନରେ ଆସୁଥିବା କଲ୍ ଉଠାଇବାପରେ ହେଲୋ କାହିଁକି କହନ୍ତି। ଆପଣ ଜାଣନ୍ତି କି ଏହି ହେଲୋ କହିବା ପରମ୍ପରା କେବେଠୁ ଓ କାହିଁକି ଆରମ୍ଭ ହୋଇଥିଲା?

ସୋସିଆଲ୍ ମିଡ଼ିଆରେ ଏ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଦେଖିବାକୁ ମିଳେ। କେହି କେହି କହନ୍ତି ଫୋନର ଆବିଷ୍କାରକ ବୈଜ୍ଞାନିକ ଗ୍ରାହମ ବେଲଙ୍କ ଗଲଫ୍ରେଣ୍ଡଙ୍କ ନାଁରୁ ଏହି ହାଲୋ ଶବ୍ଦର ସୃଷ୍ଟି ହୋଇଛି। କୁହାଯାଏ ଗ୍ରାହମ ବେଲଙ୍କ ଗଲଫ୍ରେର୍ଣ୍ଡଙ୍କ ନାଁ ଥିଲା ମାର୍ଗ୍ରେଟ ହେଲୋ।

ପ୍ରଥମେ ଯେତେବେଳେ ସେ ତାଙ୍କ ଗାର୍ଲଫ୍ରେଣ୍ଡଙ୍କୁ କଲ୍‌ କରିଥିଲେ ସେତେବେଳେ ହେଲୋ ବୋଲି କହିଥିଲେ। ତା’ପରଠୁ ଏହି ହେଲେ ଶବ୍ଦର ବ୍ୟବହାର ହୋଇଥିଲା ସେଥିପାଇଁ ମୋବାଇଲ୍ ଫୋନ୍ ବ୍ୟବହାରକାରୀ ହେଲୋ ଶବ୍ଦର ବ୍ୟବହାର କରିଆସୁଛନ୍ତି। ଯାହା ଏବେ ସାରା ବିଶ୍ୱରେ ଥିବା ଫୋନ୍ ବ୍ୟବହାରକାରୀଙ୍କ ପାଇଁ ଗୋଟିଏ ପରିଚିତ ଶବ୍ଦ।

ଏହାକୁ ନେଇ ଆଉ ଗୋଟିଏ କଥା ମଧ୍ୟ ରହିଛି। ୧୯୯୨ ମସିହା ମାର୍ଚ୍ଚ ମାସ ୫ ତାରିଖରେ ନ୍ୟୁୟର୍କ ଟାଇମ୍ସରେ ପ୍ରକାଶିତ ଏକ ରିପୋର୍ଟରେ କିନ୍ତୁ ଆଉ ଗୋଟିଏ କଥା ଲେଖାଅଛି।  ଏଥିରେ ଲେଖାଅଛି ଗ୍ରାହମ ବେଲ ନୁହେଁ କିନ୍ତୁ ପ୍ରଖ୍ୟାତ ବୈଜ୍ଞାନିକ ଥୋମାସ ଏଡ଼ିସନଙ୍କ ଉଦ୍ଭାବିତ ଶବ୍ଦ ହେଉଛି ହେଲୋ। ଥୋମାସ ଏଡିସନ ବିଜୁଳି ଶକ୍ତି ଓ ଗ୍ରାମୋଫୋନ୍ ଉଦ୍ଭାବନ କରିଦେଖାଇଥିଲେ।

ଥୋମାସ ଏଡିସନ ପ୍ରଥମେ ପ୍ରଥମେ ‘ଆହୋଏ’ ଶବ୍ଦର ବ୍ୟବହାର କରିଥିଲେ। ସେହି ସମୟରେ ଆହୋଏ କୌଣସି ବ୍ୟକ୍ତିଙ୍କୁ ଡକାଯିବା ସମୟରେ ବ୍ୟବହାର କରାଯାଉଥିଲା। ହେଲେ ପରେ ପରେ ଏହି ଆହୋଏ ଶବ୍ଦ ପରିବର୍ତ୍ତନ ହୋଇ ହେଲୋର ରୂପ ନେଇଛି।

ତେବେ ଏହି ହେଲୋ ଶବ୍ଦର ଉତ୍ପତ୍ତି କେଉଁଠୁ ଏବଂ କେବେ ହେଇଛି ତାହାର କୌଣସି ସଠିକ୍ ପ୍ରମାଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ। ତେବେ ବିଶ୍ୱରେ ଏପରି ଏକ ପରିଚିତ ଶବ୍ଦର ଉଦ୍ଭାବନକାରୀ କିଏ ତାହା ଜାଣିବା ପାଇଁ ସମସ୍ତେ ଆଗ୍ରହୀ ଥିବା ଦେଖାଯାଇଛି।

LEAVE A REPLY

Please enter your comment!
Please enter your name here