ଓଡ଼ିଶାଲାଇଭ୍ କରୋନା ବ୍ୟୁରୋ
କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଜାଣନ୍ତୁ, ଶନିବାର ସୁଦ୍ଧା କ’ଣ ରହିଛି କରୋନାର ସ୍ଥିତି?
- ୧୯୯ଟି ଦେଶକୁ ବ୍ୟାପିଛି କରୋନା ଭାଇରସ୍।
- ବିଶ୍ୱରେ ଆକ୍ରାନ୍ତଙ୍କ ସଂଖ୍ୟା ୬ ଲକ୍ଷ ଟପିଲା।
- କରୋନା ମୃତ୍ୟୁ ସଂଖ୍ୟା ୨୭, ୪୪୧।
- ଭାରତରେ ବର୍ତ୍ତମାନ ୯୦୮ ଜଣ ଲୋକ କରୋନା ଆକ୍ରାନ୍ତ।
- ଭାରତରେ କରୋନା ମୃତ୍ୟୁ ସଂଖ୍ୟା ୨୦ରେ ସ୍ଥିର।
- ଓଡ଼ିଶାରେ ୨୫୬ ନମୁନାରୁ କେବଳ ୩ ପଜିଟିଭ୍।
- ତୃତୀୟ କରୋନା ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଛନ୍ତି ୧୧୨ ଜଣ ଲୋକ।
- ବର୍ତ୍ତମାନ ସୁଦ୍ଧା ୭୦୮୦ ଜଣ ଲୋକଙ୍କ କରୋନା ପଞ୍ଜୀକରଣ।
- ୫୬ ଜଣ ଲୋକ ଆଇସୋଲେନରେ ଅଛନ୍ତି।
- ସେଥିମଧ୍ୟରୁ ୪୨୮୬ ଜଣ ବିଦେଶ ଫେରନ୍ତା, ୨୭୯୪ ଜଣ ଅନ୍ୟ ରାଜ୍ୟରୁ ଆସିଛନ୍ତି।
- ୨୮ ମାର୍ଚ୍ଚ ସୁଦ୍ଧା କରୋନାକୁ ନେଇ ରାଜ୍ୟରେ ୩୨୪ ମାମଲା ରୁଜୁ।
- ଲକଡାଉନ୍ ନିୟମ ଭାଙ୍ଗିଥିବା ୩୦୮ଜଣଙ୍କ ନାଁ’ରେ ମାମଲା ରୁଜୁ।
- ହୋମ୍ କ୍ୱାରେଣ୍ଟାଇନ୍ ନିୟମ ଭାଙ୍ଗିବାରୁ ୧୫ ଜଣ ବିରୋଧରେ ମାମଲା।
- ରବିବାର ସକାଳ ୬ଟାରୁ ୭ଟା ବନ୍ଦ ରହିବ ୧୦୪ ହେଲ୍ପଲାଇନ୍ ନମ୍ବର।
- ପଶୁଜାତୀୟ ଖାଦ୍ୟକୁ ଅତ୍ୟାବଶ୍ୟକ ସାମଗ୍ରୀ ଭାବେ ଘୋଷଣା କଲେ ରାଜ୍ୟ ସରକାର।

ରାଜ୍ୟ ସରକାରଙ୍କ ଲକଡାଉନ୍ ପ୍ୟାକେଜ୍
- ଉଠାଦୋକାନୀ ଓ ନିରାଶ୍ରୟଙ୍କ ପାଇଁ ଲକଡାଉନ୍ ପ୍ୟାକେଜ୍।
- ପ୍ରତି ପଞ୍ଚାୟତର ୧୦୦ରୁ ୨୦୦ ଲୋକଙ୍କୁ ରନ୍ଧାଖାଦ୍ୟ ଯୋଗାଇବେ ସରକାର।
- ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ଯୋଗାଇବେ ରନ୍ଧାଖାଦ୍ୟ।
- ରାଜ୍ୟର ୧୦ ଲକ୍ଷ ଗରିବ, ନିରାଶ୍ରୟ ଲୋକ ହେବେ ଉପକୃତ।
- ୬୫ ହଜାର ପଞ୍ଜୀକୃତ ଉଠାଦୋକାନୀଙ୍କୁ ମିଳିବ ୩ ହଜାର ଲେଖାଏଁ ଟଙ୍କା।
- ୧୧୪ ପୌରାଞ୍ଚଳରର ଉଠାଦୋକାନୀ ହେବେ ଉପକୃତ।








କରୋନା ସମ୍ପର୍କରେ ତାଜା ସୂଚନା ଦେଲେ ରାଜ୍ୟ ସରକାର। ଜାଣନ୍ତୁ, ଶନିବାର ସୁଦ୍ଧା କ’ଣ ରହିଛି କରୋନାର ସ୍ଥିତି?







