ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତା ବୁଧବାରଠାରୁ ଗୁଡ଼ାଏ ବ୍ୟାଙ୍କର ନାମ ଇତିହାସକୁ ଚାଲିଯିବ। ଶନିବାର ଦିନ ରିଜର୍ଭ ବ୍ୟାଙ୍କ କେନ୍ଦ୍ର ସରକାରଙ୍କ ବ୍ୟାଙ୍କ ମିଶ୍ରଣକୁ ଅନୁମୋଦନ କରିଛି। ଏହି ମିଶ୍ରଣ ଫଳରେ ଓରିଏଣ୍ଟାଲ ବ୍ୟାଙ୍କ ଅଫ୍ କମର୍ସ, ୟୁନାଇଟେଡ଼ ବ୍ୟାଙ୍କ ଅଫ ଇଣ୍ଡିଆ,ସିଣ୍ଡିକେଟ ବ୍ୟାଙ୍କ,ଆନ୍ଧ୍ର ବ୍ୟାଙ୍କ,କର୍ପୋରେସନ ବ୍ୟାଙ୍କ ଓ ଆଲାହାବାଦ ବ୍ୟାଙ୍କ ସେମାନଙ୍କର ସତ୍ତା ହରାଇବେ। ଏହି ସବୁ ବ୍ୟାଙ୍କ ଏବେ ମଦର ବା ଆଙ୍କର ବ୍ୟାଙ୍କର ଶାଖା ରୂପେ କାର୍ଯ୍ୟ ସମ୍ପାଦନ କରିବେ।

ଏହି ମିଶ୍ରଣ ପରେ ଏବେ ଦେଶରେ ମାତ୍ର ୭ଟି ବଡ଼ ଓ ୫ଟି ଛୋଟ ବ୍ୟାଙ୍କ ରହିବ। ଏହାପୂର୍ବରୁ ୨୦୧୭ରେ ଭାରତରେ ୨୭ଟି ସରକାରୀ ବ୍ୟାଙ୍କ ଥିଲା। ବର୍ତ୍ତମାନ ଏହି ସଂଖ୍ୟା କମିଯାଇଛି।

ଭାରତର ପରିବର୍ତ୍ତିତ ବ୍ୟାଙ୍କର ଚେହେରା କିଛି ଏହିଭଳି:

ବଡ଼ ବ୍ୟାଙ୍କ

ଷ୍ଟେଟ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ
ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ
ବ୍ୟାଙ୍କ ଅଫ୍ ବରୋଦା
କାନାରା ବ୍ୟାଙ୍କ
ୟୁନିଅନ୍ ବ୍ୟାଙ୍କ ଅଫ ଇଣ୍ଡିଆ
ବ୍ୟାଙ୍କ ଅଫ୍ ଇଣ୍ଡିଆ
ଇଣ୍ଡିଆନ ବ୍ୟାଙ୍କ

ଛୋଟ ବ୍ୟାଙ୍କ

ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ଡିଆ
ଇଣ୍ଡିଆନ ଓଭରସିଜ ବ୍ୟାଙ୍କ
ୟୁକୋ ବ୍ୟାଙ୍କ
ବ୍ୟାଙ୍କ ଅଫ ମହାରାଷ୍ଟ୍ର
ପଞ୍ଜାବ ଆଣ୍ଡ ସିନ୍ଦ ବ୍ୟାଙ୍କ

Comment