ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

  • ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳ ବେହେରା
  • ଘର-ସୂର୍ଯ୍ୟନଗର, ଭୁବନେଶ୍ୱର, ପ୍ଲଟ ନମ୍ବର-୩୭
  • ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌
  • ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଅଫିସ ଛକ, ଏଲ୍‌ଆଇସି ଅଫିସ ଛକରୁ ଗଙ୍ଗନଗର ଛକ ରାସ୍ତା ସିଲ୍‌
  • ଗଙ୍ଗନଗରରୁ ସିରିପୁର ଛକ ଏବଂ ସିରିପୁରରୁ ଗୋପବନ୍ଧୁ ଛକ ରାସ୍ତା ସିଲ୍‌
  • ଘର ପାଖରେ ମିଳିବ ଅତ୍ୟାବଶ୍ୟକ ସାମଗ୍ରୀ

ଓଡ଼ିଶାର ପଞ୍ଚମ କରୋନା ରୋଗୀ ସରକାରଙ୍କ ଚିନ୍ତା ବଢ଼ାଇଛନ୍ତି। ସଂପୃକ୍ତ ବ୍ୟକ୍ତି ବିଦେଶ କିମ୍ବା ଅନ୍ୟ ରାଜ୍ୟ ଗସ୍ତରେ ଯାଇ ନଥିବାରୁ ସମୂହ ସଂକ୍ରକଣ ଆଶଙ୍କା କରୁଛନ୍ତି ସରକାର। ଫଳରେ ଲୋକଙ୍କୁ ସଚେତନତ ଏବଂ ସତର୍କ କରିବା ପାଇଁ ଭୁବନେଶ୍ୱର ମହାନଗର ନିଗମ କର୍ତ୍ତୃପକ୍ଷ ସୂର୍ଯ୍ୟନଗର ଅଞ୍ଚଳ ସିଲ୍‌ କରିବା ସହ ତାଙ୍କ ପରିଚୟ ପ୍ରକାଶ କରିଛି।

ପଞ୍ଚମ କରୋନା ଆକ୍ରାନ୍ତଙ୍କ ନାଁ ପ୍ରଦୀପ୍ତ ଦଳବେହେରା। ତାଙ୍କ ଘର ସୂର୍ଯ୍ୟନଗର, ପ୍ଲଟ ନମ୍ବର ୩୭ରେ ବୋଲି ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧୁରୀ ସୂଚନା ଦେଇଛନ୍ତି। ଏଣୁ ତାଙ୍କ ସହ ଯେଉଁମାନେ ସଂସ୍ପର୍ଶରେ ଆସିଛନ୍ତି ସେମାନେ ହେଲ୍ପ ଲାଇନ୍‌ ନମ୍ବର ୧୦୪କୁ କଲ୍‌ କରି ପଞ୍ଜୀକରଣ କରିବା ସହ ହୋମ୍‌ କ୍ୱାରେଣ୍ଟାଇନରେ ରହିବାକୁ ସେ ଅନୁରୋଧ କରିଛନ୍ତି।

ସୁରକ୍ଷା ଦୃଷ୍ଟିରୁ ସୂର୍ଯ୍ୟନଗର ଅଞ୍ଚଳକୁ ସିଲ୍‌ କରିଛି ପ୍ରଶାସନ। ଏହି ଅଞ୍ଚଳକୁ ପ୍ରବେଶ ଏବଂ ପ୍ରସ୍ଥାନ ଉପରେ କଟକଣା ଜାରି କରାଯାଇଛି। ଗୋପବନ୍ଧୁ ଛକରୁ ଏଲ୍‌ଆଇସି ଅଫିସ ଛକ, ଏଲ୍‌ଆଇସି ଅଫିସ ଛକରୁ ଗଙ୍ଗନଗର ଛକ ରାସ୍ତା ସିଲ୍‌ କରାଯାଇଛି।

ସେହିପରି ଗଙ୍ଗନଗରରୁ ସିରିପୁର ଛକ ଏବଂ ସିରିପୁରରୁ ଗୋପବନ୍ଧୁ ଛକ ରାସ୍ତା ସିଲ୍‌ କରାଯାଇଛି। ଏହି ଅଞ୍ଚଳକୁ ପ୍ରବେଶ ଓ ପ୍ରସ୍ଥାନ ଉପରେ କଟକଣା ଲାଗିଛି।

ସୂର୍ଯ୍ୟନଗର ଅଞ୍ଚଳର କୌଣସି ଲୋକ ବାହାରକୁ ଯାଇ ପାରିବେନି। ସେମାନେ ହୋମ୍‌ କ୍ୱାରେଣ୍ଟାଇନ୍‌ରେ ରହିବେ। ଭ୍ୟାନରେ ଘର ପାଖରେ ଗ୍ରେସରୀ ଓ ପରିବା ପହଞ୍ଚିବ। ସେମାନେ କିଣିକି ନେବେ ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ପଞ୍ଚମ କରୋନା ଆକ୍ରାନ୍ତ ବୁଧବାର ରାତିରେ ଚିହ୍ନଟ ହୋଇଥିଲେ। ସେ ଏବେ ଆଇସୋଲେସନରେ ଅଛନ୍ତି।

Comment