ଓଡ଼ିଶାଲାଇଭ୍ ବ୍ୟୁରୋ

ବର୍ତ୍ତମାନ କରୋନା ପାଇଁ ସାରା ଦେଶରେ ଲକଡାଉନ୍ ଘୋଷଣା ହୋଇଛି। ଲୋକମାନେ ଘରେ ବସି ଇଣ୍ଟରନେଟରେ ଅଧିକାଂଶ ସମୟ ବିତାଉଥିବା ଦେଖିବାକୁ ମିଳୁଛି। ହ୍ୱାଟ୍ସଆପ୍, ଫେସବୁକ୍ ଆଦି ସୋସିଆଲ୍ ମେସେଜିଂ ସାଇଟରେ ଲୋକମାନେ ଘଣ୍ଟା ଘଣ୍ଟା ଧରି ଚାଟିଂ କରୁଛନ୍ତି।

ଏହି ସମୟରେ ଡାଟା ଅଧିକ ପରିମାଣରେ ଖର୍ଚ୍ଚ ହେବା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ତେବେ ଏଭଳି ଏକ ଉପାୟ ଅଛି ଯାହା ହ୍ୱାଟ୍ସଆପରେ ଆପଣଙ୍କ ଡାଟା ଖର୍ଚ୍ଚକୁ କମ୍ କରିପାରିବ।

  • ପ୍ରଥମେ ଆପଣ ହ୍ୱାଟ୍ସଆପ୍ ସେଟିଙ୍ଗ୍ ଅପସନକୁ ଯାଆନ୍ତୁ।
  • ସେଠାରେ data କିମ୍ବା data storage  ଅପସନରେ କ୍ଲିକ୍ କରନ୍ତୁ।
  • ସେଠାରେ ଆପଣ media auto download ଅପସନରେ କ୍ଲିକ୍ କରିଦିଅନ୍ତୁ।
  • ସେଠାରେ ଆପଣଙ୍କୁ when using mobile dataରେ କ୍ଲିକ୍ କରି no media ଅପସନ୍ ବାଛନ୍ତୁ।

ଏହାପରେ ଦେଖିବେ ଆପଣଙ୍କ ଫୋନକୁ ଆସୁଥିବା ସମସ୍ତ ଫଟୋ ଓ ଭିଡିଓ ଆପେ ଆପେ ଡାଉନଲୋଡ୍ ହେବ ନାହିଁ। ଆପଣ ଯେଉଁ ଭିଡିଓ ଚାହିଁବେ ସେହି ଫଟୋ ଓ ଭିଡିଓ ହିଁ ଡାଉନ୍ ଲୋଡ୍ କରି ଦେଖିପାରିବେ। ଯାହାଦ୍ୱାରା ଆପଣଙ୍କ ଫୋନର ଅନେକ ଡାଟା ବଞ୍ଚିପାରିବ।

LEAVE A REPLY

Please enter your comment!
Please enter your name here