ଓଡ଼ିଶାଲାଇଭ୍‌ କରୋନା ବ୍ୟୁରୋ

କେନ୍ଦ୍ରାପଡ଼ା ଜିଲ୍ଲାରେ କରୋନା ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ କ’ଣ କ’ଣ ପଦକ୍ଷେପ ନେଇଛନ୍ତି ତାର ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଏବଂ ୫ଟି ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ୍। କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତରେ ଆସି ଜିଲ୍ଲାପାଳଙ୍କ ସହ ଆଲୋଚନା କରିଥିଲେ।

ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲାରେ କରୋନା ପଜିଟିଭ୍ ମିଳିବା ପରେ ରାଜ୍ୟ ସରକାରଙ୍କ କରୋନା ହଟ୍‌ସ୍ପଟ୍ ଜିଲ୍ଲା ଭାବରେ ଏହି ଜିଲ୍ଲାମାନଙ୍କୁ ବିବେଚନା କରାଯାଇଛି।

କେନ୍ଦ୍ରାପଡା ଜିଲ୍ଲାର ଡେରାବିଶ ବ୍ଲକର ଛତାଠାରେ ଥିବା ପଲିଟେକନିକ୍ କଲେଜରେ ଜିଲ୍ଲାର ଅସ୍ଥାୟୀ କୋଭିଡ-୧୯ ହସ୍ପିଟାଲ ନିର୍ମାଣ କରାଯାଇଛି। ଏଠାରେ ୨୬୦ଟି ଶଯ୍ୟା ରହିଛି। ଜିଲ୍ଲାର ସନ୍ଦିଗ୍ଧ କରୋନା ପୀଡ଼ିତମାନଙ୍କୁ ଜିଲ୍ଲା ପ୍ରଶାସନ ଏହି ହସ୍ପିଟାଲରେ ରଖିବାକୁ ସମସ୍ତ ବ୍ୟବସ୍ଥା କରିଛି।

କେନ୍ଦ୍ରାପଡା ଜିଲ୍ଲାରେ ଗତ ୬ ତାରିଖରେ ଜଣେ କରୋନା ପଜିଟିଭ୍ ରୋଗୀ ମିଳିବା ପରେ ରାଜ୍ୟ ସରକାର ଜିଲ୍ଲାକୁ ଅଧିକ ଗୁରୁତ୍ୱ ଦେଇଛନ୍ତି। ଏହି ଜିଲ୍ଲାରେ ବିଭିନ୍ନ ପଞ୍ଚାୟତ ଓ ସହରାଞ୍ଚଳରେ ମଧ୍ୟ ଆଇସୋଲେସନ ଗୃହମାନ ନିର୍ମାଣ କରାଯାଇଛି। ଜିଲ୍ଲାରେ କରୋନା ପରିଚାଳନା ପାଇଁ ଜିଲ୍ଲା ପ୍ରଶାସନ କ’ଣ ସବୁ ବ୍ୟବସ୍ଥା କରିଛନ୍ତି, ଆଜି ତାହାର ଉଚ୍ଚ ସ୍ତରୀୟ ସମୀକ୍ଷା ହୋଇଛି।

ଛତା କୋଭିଡ -୧୯ ହସ୍ପିଟାଲଠାର, ସମସ୍ତ ପ୍ରସ୍ତୁତି ସମ୍ପର୍କରେ ସମୀକ୍ଷା କରିଥିଲେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଓ ୫ଟି ସଚିବ ଭି କେ ପାଣ୍ଡିଆନ୍। କେନ୍ଦ୍ରାପଡା ଜିଲ୍ଲାପାଳ ଓ ଜିଲ୍ଲାର ବରିଷ୍ଠ ପ୍ରଶାସନିକ ଅଧିକାରୀ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏହି ସମୀକ୍ଷାରେ ଉପସ୍ଥିତ ରହିଥିଲେ।

ଭଦ୍ରକ, ଯାଜପୁର ଗସ୍ତରେ ଯାଇ ମୁଖ୍ୟ ଶାସନ ସଚିବ ଏବଂ ୫ଟି ସଚିବ କରୋନା ମୁକାବିଲାର ସ୍ଥିତି ସମୀକ୍ଷା କରିଥିଲେ।

Comment